ବିଏସଏନଏଲ ଲଞ୍ଚ୍ କଲା ଆକର୍ଷଣୀୟ ପ୍ଲାନ୍, ମିଳିବ ୬୦୦ ଦିନର ଭାଲିଡିଟୀ, ଦାମ୍ ମାତ୍ର ଏତିକି

Published By : Prameya-News7 Bureau | July 03, 2020 IST

ନୂଆଦିଲ୍ଲୀ, ୦୩|୦୭ : ଭାରତ ସଂଚାର ନିଗମ ଲିମିଟେଡ୍ ବା ବିଏସଏନଏଲ ୨୩୯୯ ଟଙ୍କାର ଏକ ନୂଆ ପ୍ଲାନ୍ ଲଞ୍ଚ୍ କରିଛି । ଏହି ପ୍ଲାନର ଭାଲିଡିଟୀ ହେଉଛି ୬୦୦ ଦିନ । ଏହା ବ୍ୟତୀତ କମ୍ପାନୀ ଚେନ୍ନାଇ ଓ ତାମିଲନାଡୁ ସର୍କଲରେ ୧୪୯ ଟଙ୍କା ଓ ୭୨୫ ଟଙ୍କାର ପ୍ଲାନକୁ ବନ୍ଦ କରିଦେଇଛି ।

ଏହା ବ୍ୟତୀତ ବିଏସଏନଏଲ ଚେନ୍ନାଇ ଓ ତାମିଲନାଡୁର ଗ୍ରାହକଙ୍କ ପାଇଁ ବସନ୍ତମ୍ ଗୋଲ୍ଡ ପିଭି ୯୬ ନାମରେ ଏକ ପ୍ଲାନକୁ ମଧ୍ୟ ବନ୍ଦ କରିଦେଇଛି । ଏହା ବ୍ୟତୀତ ୭୪ ଓ ୭୫ ଟଙ୍କାର ପ୍ଲାନର ଭାଲିଡିଟିରେ ପରିବର୍ତ୍ତନ କରିଛି ।

ବିଏସଏନଏଲ ଚେନ୍ନାଇରେ ୨୩୯୯ ଟଙ୍କାର ନୂଆ ପ୍ଲାନ୍ ଲଞ୍ଚ୍ କରିଥିବା ସୂଚନା ଦେଇଛି । ଏହାକୁ ଆଣ୍ଡାମାନ ନିକୋବର, ଜମ୍ମୁ-କାଶ୍ମୀର ସର୍କଲ ବ୍ୟତୀତ ଅନ୍ୟ ସର୍କଲରେ ଲଞ୍ଚ ହୋଇଛି । ଏହି ପ୍ଲାନରେ ଅନଲିମିଟେଡ୍ ଭଏସ୍ କଲିଂ ସହ ଦୈନିକ ୧୦୦ ଏସଏମଏସ ଫ୍ରି ମିଳିବ । ଏହାର ବୈଧତା ୬୦୦ ଦିନ । ଏହାସହ ୟୁଜରଙ୍କୁ ପର୍ସନଲାଇଜଡ୍ ରିଙ୍ଗ୍ ବ୍ୟାଙ୍କ୍ ଟୋନ୍ସ୍ ଆକ୍ସସେସ୍ ସୁବିଧା ମିଳିବ । କିନ୍ତୁ ରିଚାର୍ଜ କରିବାର ୬୦ ଦିନ ପରେ ଏହି ସୁବିଧା ଆପଣଙ୍କୁ ମିଳିବ । ତେବେ ଏଥିରେ ଡାଟା ବେନିଫିଟ୍ ଦିଆଯାଇ ନାହିଁ । କେବଳ କଲିଂ ସପୋର୍ଟକୁ ଧ୍ୟାନରେ ରଖି ଏହା କରାଯାଇଛି ।

ସୂଚନାଯୋଗ୍ୟ, ବିଏସଏନଏଲ ୯୬ ଟଙ୍କାର ପ୍ଲାନ୍ ବନ୍ଦ କରିଦଇଛି । ଏହାକୁ ପ୍ରମୋସନ୍ ପାଇଁ ଲଞ୍ଚ କରାଯାଇଥିଲା । ପରେ ଏହାର ଭାଲିଡିଟି ୯୦ରୁ ୬୦ ଦିନକୁ କରାଯାଇଥିଲା ।ଏବେ କମ୍ପାନୀ ଗ୍ରାହକଙ୍କୁ ନୂଆ ପ୍ଲାନ କିଣିବା ପାଇଁ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.