ୟୁଜରଙ୍କୁ BSNLର ବଡ ଉପହାର, ଫ୍ରିରେ ମିଳିବ ୪ଜି ସିମ୍

Published By : Prameya-News7 Bureau | May 09, 2020 IST

ନୂଆଦିଲ୍ଲୀ, ୦୯|୦୫:   ଭାରତ ସଂଚାର ନିଗମ ଲିମିଟେଡ୍ ବା ବିଏସଏନଏଲ ନିଜ ଗ୍ରାହକଙ୍କୁ ଏକ ବଡ ଉପହାର ପ୍ରଦାନ କରିଛି । ୨ଜି ଓ ୩ଜି ସବସ୍କ୍ରାଇବର ମାଗଣାରେ ୪ଜି ଅପଗ୍ରେଡ୍ କରିପାରିବେ, ଏଥିପାଇଁ ଗ୍ରାହକଙ୍କୁ ନୂଆ ୪ଜି ସିମ୍ ମିଳିବ ବୋଲି କମ୍ପାନୀ କହିଛି । ତେବେ ଏହି ଅଫର ସବୁଦିନ ପାଇଁ ନୁହେଁ ବରଂ ୯୦ ଦିନ ପାଇଁ ଅଟେ ।

ଏହି ଅଫର୍ ଏପ୍ରଲି ମାସରୁ ଆରମ୍ବ ହୋଇସାରିଛି । ସମସ୍ତ ସର୍କଲରେ ଏହି ଅଫର୍ ଉପଲବ୍ଧ ହେବ । ୟୁଜର ବିଏସଏନଏଲର ଯେକୌଣସି ଷ୍ଟୋରକୁ ଯାଇ ସିମ୍ ଅପଗ୍ରେଡ୍ କରିପାରିବେ । ଏହାସହ ନୂଆ ୪ଜି ସିମ୍ ନେଇପାରିବେ ।

ସିମ୍  ସହ ଏକ ସର୍ତ୍ତ ରହିଛି ଯେ, ପ୍ରଥମେ ୟୁଜରଙ୍କୁ ୧୦୦ ଟଙ୍କାରୁ ଅଧିକ ଟଙ୍କାର ରିଚାର୍ଜ କରିବାକୁ ପଡିବ । ଏହାପରେ ହିଁ ୪ଜି ସୁବିଧା ମିଳିବ । କମ୍ପାନୀ ପ୍ରାୟ ୫୦ ହଜାର ଟାଓ୍ୱାରରେ ୪ଜି ଅପଗ୍ରେଡ୍ କରିବ ବୋଲି ଯୋଜନା ପ୍ରସ୍ତୁତ କରୁଛି । କମ୍ପାନୀ ୪ଜି ନେଟଓ୍ୱର୍କର ବିସ୍ତାର ପାଇଁ ସାମସଙ୍ଗ, ଜେଟିଇ, ନୋକିଆ, ଏରିକ୍ସନ ଭଳି କମ୍ପାନୀଙ୍କ ସାହାଯ୍ୟ ନେଇଛି ।

ସୂଚନାଯୋଗ୍ୟ, ନିକଟରେ ବିଏସଏନଏଲକୁ ଡିପିଆଇଆଇଟି ଏକ ବଡ ଝଟକା ଦେଇଥିଲା । ବାଣିଜ୍ୟ ମନ୍ତ୍ରାଳୟ ଅଧିନରେ ଆସୁଥିବା ଏହି ବିଭାଗ ଡଟ୍ ଓ ବିଏସଏନଏଲର ୪ଜି ନେଟଓ୍ୱାର୍କ ପାଇଁ ଜାରି ହେବାକୁ ଥିବା ୯୦୦୦ କୋଟି ଟଙ୍କାର ଟେଣ୍ଡରରେ ରୋକ ଲଗାଇବାକୁ କହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.