Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

BSNL ର ନୂଆ ବ୍ରଡ଼ବ୍ରାଣ୍ଡ୍ ପ୍ଲାନ୍‌ରେ ଦିନକୁ ମିଳିବ ୨୨ ଜିବି ଡାଟା : ଏୟାରଟେଲ୍‌କୁ ବଡ ଚ୍ୟାଲେଞ୍ଜ୍

21/07/2020 at 6:38 PM

ନୂଆଦିଲ୍ଲୀ ୨୧/୦୭ : ଟେଲିକମ କମ୍ପାନୀ BSNL ପାଖରେ ଏବେ ଅନେକ ବ୍ରଡ଼ବ୍ରାଣ୍ଡ ପ୍ଲାନ ରହିଛି | କିନ୍ତୁ କମ୍ପାନୀର ‘BSNL 22GB CUL’ ପ୍ଲାନକୁ ସବୁଠାରୁ ଶ୍ରେୟସ୍କର ବୋଲି କୁହାଯାଇଛି | ଏହି ପ୍ଲାନ ଅନୁଯାୟୀ ପ୍ରତିଦିନ ୨୨ ଜିବି ଡାଟା ମିଳିବ | ଏହି ପ୍ଲାନ ସେମାନଙ୍କ ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହେବ ଯେଉଁମାନେ ଘରୁ କାମ କରୁଛନ୍ତି ଏବଂ ଯେଉଁମାନଙ୍କୁ ପ୍ରତିଦିନ ଅଧିକ ଡାଟା ଆବଶ୍ୟକ ପଡିଥାଏ | ଜାଣନ୍ତୁ ଏହି ପ୍ଲାନରେ କଣ କଣ ରହିଛି ଲାଭ :

BSNL 22GB CUL ବ୍ରଡ଼ବ୍ରାଣ୍ଡ ପ୍ଲାନର ମୂଲ୍ୟ ୧୨୯୯ ଟଙ୍କା | ଏହି ପ୍ଲାନ ଅନୁଯାୟୀ ଦିନକୁ ୨୨ ଜିବି ଡାଟା ମିଳିବ ଯାହାର ସ୍ପିଡ଼  10 mbps ଯାଏଁ ରହିବ | ଜଡ଼ ଗୋଟିଏ ଦିନରେ ୨୨ ଜିବି ଡାଟା ଶେଷ ହୋଇଯାଏ ତାହେଲେ ସ୍ପିଡ଼ 10 mbps ରୁ କମି 2 mbps ହୋଇଯିବ | ତା’ଛଡା ଏହି ପ୍ଲାନରେ ଅନଲିମିଟେଡ଼ କଲିଙ୍ଗ ସୁବିଧା ମଧ୍ୟ ମିଳିବ |

କେବଳ ଆଣ୍ଡାମାନ ନିକୋବରକୁ ଛାଡିଦେଲେ ଅନ୍ୟ ସମସ୍ତ କଲର୍ସରେ BSNL 22GB CUL’ ପ୍ଲାନ ଉପଲବ୍ଧ ହେବ | ଏହି ପ୍ଲାନ ସହିତ ଗ୍ରାହକଙ୍କୁ ୪ଟି ଅପ୍ସନ ମିଳିବ |

ପ୍ରଥମ ଅପ୍ସନ : ୟୁଜର୍ସ ଏହି ପ୍ଲାନ ପାଇଁ ପ୍ରତି ମାସରେ ୧୨୯୯ ଟଙ୍କା ଦେଇପାରିବେ

ଦ୍ୱିତୀୟ ଅପ୍ସନ : ୧୨ ହଜାର ୯୯୦ ଟଙ୍କା ଦେଇ ଏହି ପ୍ଲାନର ବାର୍ଷିକ ସବସ୍କ୍ରିପସନ ନେଇପାରିବେ

ତୃତୀୟ ଅପ୍ସନ : ୨ ବର୍ଷ ପାଇଁ ୨୪ ହଜାର ୬୮୧ ଟଙ୍କା ଦେଇ ଏହି ପ୍ଲାନକୁ ସବ୍ସକ୍ରାଇବ କରିପାରିବେ

ଚତୁର୍ଥ ଅପ୍ସନ : ୩ ବର୍ଷ ପାଇଁ ୩୬ ହଜାର ୩୭୨ ଟଙ୍କା ଦେଇ ଏହି ପ୍ଲାନକୁ ସବ୍ସକ୍ରାଇବ କରିପାରିବେ

Airtel ର ଏହି ପ୍ଲାନରେ 200 Mbps ସ୍ପିଡ଼ରେ 300 GB ଡାଟା ମିଳିଥାଏ | ଏହି ପ୍ଲାନ ସହ ଏୟାରଟେଲ ୟୁଜର୍ସଙ୍କୁ Zee5 Premium, Amazon Prime, Netflix, ଓ Airtel Xstream ର ଫ୍ରି ଆକ୍ସେସ ମିଳିଥାଏ |

ଏୟାରଟେଲର ଏହି ପ୍ଲାନରେ 300 Mbps ସ୍ପିଡ଼ 500 GB ଡାଟା ମିଳିଥାଏ | ଏହି ପ୍ଲାନ ସହିତ ଏୟାରଟେଲ ୟୁଜର୍ସଙ୍କୁ Zee5 Premium, Amazon Prime, Netflix, Airtel Xstream ର ଫ୍ରି ଆକ୍ସେସ ମିଳିଥାଏ | ଏୟାରଟେଲର ୯୯୯ ଟଙ୍କା ଓ ୧୪୯୯ ଟଙ୍କା ପ୍ଲାନରେ ଡାଟା ଓ ସ୍ପିଡ଼ର ଅନ୍ତର ରହିଛି | ଅନ୍ୟ ସମସ୍ତ ବେନିଫିଟ ଏକାଭଳି |

   Related Posts