Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||

ବିଏସଏନଏଲ ଓ ଏମଟିଏନଏଲର ମିଶ୍ରଣ ହେବ

23/10/2019 at 6:44 PM

ଭୁବନେଶ୍ୱର ୨୩ ।୧୦ – ବିଏସଏନଏଲ ଏବଂ ଏମଟିଏନଏଲର ପୁନରୁଦ୍ଧାର ଲାଗି କେନ୍ଦ୍ର କ୍ୟାବିନେଟ ଆଜି କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ବିଏସଏନଏଲ ଓ ଏମଟିଏନଏଲର ସମ୍ମିଶ୍ରଣକୁ ନୀତିଗତ ମଞ୍ଜୁରି ମିଳିଛି। ଏହି ଦୁଇଟି ରାଷ୍ଟ୍ରାୟତ ଟେଲିକମ ଉଦ୍ୟୋଗ ପାଇଁ ୪ଜି ସ୍ପେକ୍ଟ୍ରମ ସେବାର ପ୍ରଶାସନିକ ଆବଂଟନ କରାଯିବ। ଏତଦ ବ୍ୟତୀତ ସୋଭରେନ ଗ୍ୟାରେଂଟି ବଣ୍ଡ ଜରିଆରେ ଋଣ ପରିଶୋଧ, କର୍ମଚାରୀଙ୍କ ଖର୍ଚ୍ଚ କାଟ, ସମ୍ପତି ବିନିଯୋଗ କରି ପାଣ୍ଠି ସଂଗ୍ରହ ଆଦି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି।
କ୍ୟାବିନେଟ ଦ୍ୱାରା ନିମ୍ନୋକ୍ତ ନିଷ୍ପତି ନିଆଯାଇଛି ।

ବିଏସଏନଏଲ ଏବଂ ଏମଟିଏନଏଲକୁ ୪-ଜି ସେବାର ପ୍ରଶାସନିକ ଆବଂଟନ କରାଯିବ। ଫଳରେ ଏହି ଦୁଇଟି ରାଷ୍ଟ୍ରାୟତ ଉଦ୍ୟୋଗ ଦ୍ରୁତ ବ୍ରଡବ୍ୟାଣ୍ଡ ଓ ଅନ୍ୟ ଡାଟା ସେବା ଯୋଗାଇ ଦେଇପାରିବେ। ଏହି ସ୍ପେକ୍ଟ୍ରମ ପାଇଁ ସରକାର ପାଣ୍ଠି ଯୋଗାଇ ଦେବେ। ଏହି ଦୁଇଟି ରାଷ୍ଟ୍ରାୟତ କମ୍ପାନୀକୁ ୨୦,୧୪୦ କୋଟି ଟଙ୍କାର ପାଣ୍ଠି ଯୋଗାଇ ଦିଆଯିବ। ଏହି ସ୍ପେକ୍ଟ୍ରମ ମୂଲ୍ୟର ଜିଏସଟି ବାବଦ ଅର୍ଥ ୩,୬୭୪ କୋଟି ଟଙ୍କା ମଧ୍ୟ ସରକାର ବଜେଟରୁ ବ୍ୟୟ କରିବେ। ଏହି ସ୍ପେକ୍ଟ୍ରମ ଉପଯୋଗ କରି ବିଏସଏନଏଲ ଏବଂ ଏମଟିଏନଏଲ ୪-ଜି ସେବା ଯୋଗାଇ ଦେବାରେ ସଫଳ ହେବା ସହିତ ଅନ୍ୟ କମ୍ପାନୀମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ଏବଂ ଗ୍ରାମାଂଚଳରେ ସେମାନଙ୍କ ବିଶାଳ ନେଟୱର୍କ ମାଧ୍ୟମରେ ଦ୍ରୁତ ଡାଟା ସେବା ଯୋଗାଇ ଦେବେ।

ବିଏସଏନଏଲ ଏବଂ ଏମଟିଏନଏଲ ମଧ୍ୟ ଦୀର୍ଘକାଳୀନ ବଣ୍ଡ ଜରିଆରେ ୧୫ ହଜାର କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିବେ। ଏଥିପାଇଁ ସୋଭରେନ ଗ୍ୟାରେଂଟି ଭାରତ ସରକାର ଯୋଗାଇ ଦେବେ। ଏହି ଉତ୍ସରୁ ବିଏସଏନଏଲ ଏବଂ ଏମଟିଏନଏଲ ସେମାନଙ୍କର ଋଣ ପରିଶୋଧ କରିବେ ତଥା କ୍ୟାପେକ୍ସ, ଓପେକ୍ସ ଓ ଅନ୍ୟାନ୍ୟ ଆବଶ୍ୟକତା ଆଂଶିକ ଭାବେ ପୂରଣ କରିବେ।
ବିଏସଏନଏଲ ଓ ଏମଟିଏନଏଲ ମଧ୍ୟ ୫୦ ବର୍ଷରୁ ଊଦ୍ଧ୍ୱର୍ ବୟସ ଅତିକ୍ରାନ୍ତ କରିସାରିଥିବା ନିଜ କର୍ମଚାରୀଙ୍କୁ ଆକର୍ଷଣୀୟ ସ୍ୱେଚ୍ଛାକୃତ ଅବସର (ଭିଆରଏସ) ପ୍ରସ୍ତାବ ଦେବେ। କେନ୍ଦ୍ର ସରକାର ବଜେଟ ଅର୍ଥରୁ ଏହି ବ୍ୟୟଭାର ବହନ କରିବେ। ଭିଆରଏସ ପାଇଁ ଅନୁଗ୍ରହ ରାଶି ପାଇଁ ୧୭,୧୬୯ କୋଟି ଟଙ୍କା ଆବଶ୍ୟକ ହେବ। ଏହାବ୍ୟତୀତ ପେନସନ, ଗ୍ରାଚ୍ୟୁଇଟି ଓ କମ୍ୟୁଟେସନ ଖର୍ଚ୍ଚ ସରକାର ବହନ କରିବେ। ବିଏସଏନଏଲ/ଏମଟିଏନଏଲ ଦ୍ୱାରା ଯୋଜନାର ବିବରଣୀ ଚୁଡ଼ାନ୍ତ କରାଯିବ।
ଋଣ ପରିଶୋଧ, ବଣ୍ଡ ସର୍ଭିସିଂ, ନେଟୱର୍କ ଅପଗ୍ରେଡେସନ ଓ ସମ୍ପ୍ରସାରଣ ଏବଂ ପରିଚାଳନା ଆବଶ୍ୟକତା ପୂରଣ କରିବା ଲାଗି ବିଏସଏନଏଲ ଏବଂ ଏମଟିଏନଏଲ ସେମାନଙ୍କ ସମ୍ପତି ବିନିଯୋଗ କରି ପାଣ୍ଠି ସଂଗ୍ରହ କରିବେ।

ବିଏସଏନଏଲ ଓ ଏମଟିଏନଏଲର ନୀତିଗତ ମିଶ୍ରଣ

ଉପରୋକ୍ତ ପୁନରୁଦ୍ଧାର ଯୋଜନା କାର୍ଯ୍ୟକାରୀ ହେବା ଫଳରେ ବିଏସଏନଏଲ ଏବଂ ଏମଟିଏନଏଲ ଦେଶର ଉପାନ୍ତ ଏବଂ ଗ୍ରାମାଂଚଳରେ ଥିବା ସେମାନଙ୍କ ବ୍ୟାପକ ଟେଲି କମ୍ୟୁନିକେସନ ନେଟୱର୍କ ଜରିଆରେ ବିଶ୍ୱସନୀୟ ଏବଂ ଉନ୍ନତମାନର ସେବା ଯୋଗାଇ ଦେବାରେ ସକ୍ଷମ ହେବେ ବୋଲି ଆଶା କରାଯାଉଛି।

   Related Posts