BSNL ଏବଂ MTNL ଗ୍ରାହକଙ୍କ ପାଇଁ ଖୁସି ଖବର, ୨୦ ଅପ୍ରେଲ ପର୍ଯ୍ୟନ୍ତ ବଢିଲା ପ୍ରିପେଡ୍ ନମ୍ବରର ବୈଧତା

Published By : Prameya-News7 Bureau | March 31, 2020 IST

ନୂଆଦିଲ୍ଲୀ ୩୧।୩: କରୋନା ଲକ୍ ଡାଉନ୍ ମଧ୍ୟରେ କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରଣାଳୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି । କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଲକ୍ ଡାଉନ୍ ସମୟରେ ସାଧାରଣ ଲୋକ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରିପେଡ୍ ମୋବାଇଲ୍ ଫୋନର ବୈଧତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଦୂରସଞ୍ଚାର ମନ୍ତ୍ରଣାଳୟର ନିଷ୍ପତ୍ତି ଅନୁଯାୟୀ, BSNL ଏବଂ MTNLର ସମସ୍ତ ପ୍ରିପେଡ୍ ମୋବାଇଲ୍ ଫୋନର ବୈଧତା ଅପ୍ରେଲ ୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହା ଫଳରେ ୨୦ ଅପ୍ରେଲ ପର୍ଯ୍ୟନ୍ତ ଇନକମିଂ କଲ୍ ଜାରି ରଖିବ । ଏହାସହ ସମସ୍ତ ପ୍ରିପେଡ୍ ମୋବାଇଲରେ ୧୦ ଟଙ୍କା ପର୍ଯ୍ୟନ୍ତ ଆଉଟଗୋଇଙ୍ଗ କଲ୍ କରିବାକୁ ଦିଆଯିବ ।
କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧିଙ୍କ ତରଫରୁ ଦୂରସଞ୍ଚାର କମ୍ପାନୀକୁ ଚିଠି ଲେଖାଯିବା ପରେ କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରଣାଳୟ ଏଭଳି ନିଷ୍ପତ୍ତି ନେଇଛି । ଚିଠିରେ ପ୍ରିୟଙ୍କା ପ୍ରବାସୀ ଶ୍ରମିକଙ୍କ ପାଇଁ ମୋବାଇଲ୍ ସେବା ମୁକ୍ତ କରିବାକୁ ଦାବି କରିଥିଲେ ।

{"id":246755,"sizeSlug":"large"}

ବାସ୍ତବରେ ଦେଶବ୍ୟାପୀ ପଳାୟନ କରୁଥିବା ଶ୍ରମିକଙ୍କ ପାଇଁ ପ୍ରିୟଙ୍କା ଗାନ୍ଧି ମାନବିକତା ଦୃଷ୍ଟିରୁ ରବିବାର ଦିନ ଦୂରସଞ୍ଚାର କମ୍ପାନୀଗୁଡିକୁ ଚିଠି ଲେଖିଥିଲେ । ଏହି ଚିଠିରେ ଭୋକ, ତୃଷ୍ଣା ଏବଂ ରୋଗ ସହ ସଂଗ୍ରାମ କରି ସେମାନଙ୍କ ପରିବାର ତଥା ଘରେ ପହଞ୍ଚିବାକୁ ସଂଘର୍ଷ କରୁଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ସେ ଅପିଲ୍ କରିଥିଲେ ।
ପ୍ରୟଙ୍କା ଗାନ୍ଧି କହିଥିଲେ ଯେ, ସଙ୍କଟ ସମୟରେ ଆମ ଦେଶବାସୀଙ୍କୁ ସାହାଯ୍ୟ କରିବା ଆମର ଜାତୀୟ ଦାୟିତ୍ବ । ସେ କହିଥିଲେ ଯେ ଦୂରସଞ୍ଚାର କମ୍ପାନୀଗୁଡିକ ଏଭଳି ପରିସ୍ଥିତିରେ ସକରାତ୍ମକ ପରିବର୍ତ୍ତନ ଆଣିପାରିବେ । ନିଜ ଘରକୁ ଯାଉଥିବା ଅନେକ ଲୋକଙ୍କ ମୋବାଇଲ୍ ରିଚାର୍ଜ ଶେଷ ହୋଇଯାଇଛି । ଏହାର ଅର୍ଥ ସେମାନେ ନିଜ ପରିବାର ଲୋକଙ୍କୁ ଫୋନ୍ କରିପାରୁନାହାନ୍ତି କି ସେମାନଙ୍କର କଲ୍ ରିସିଭ କରିପାରୁନାହାଁନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.