Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ଚୀନକୁ ବଡ ଝଟକା ଦେଲେ BSNL-MTNL, ରବ୍ଦ କଲେ ୪ଜି ଟେଣ୍ଡର

1/07/2020 at 4:19 PM

ନୂଆଦିଲ୍ଲୀ, ୦୧|୦୭:  ଭାରତ ଚୀନକୁ ଆଉ ଏକ ଝଟକା ଦେଇଛି । ବିଏସଏନଏଲ ଓ ଏମଟିଏନଏଲ ନିଜ ୪ଜି ଟେଣ୍ଡରକୁ ରବ୍ଦ କରିଦେଇଛନ୍ତି । ଏବେ ପୁଣି ନୂଆ ଟେଣ୍ଡର ଜାରି କରାଯିବ । ସରକାର ବିଏସଏନଏଲ ଓ ଏମଟିଏନଏଲକୁ ଚୀନ କମ୍ପାନୀଠୁ ସାମଗ୍ରୀ ନକିଣିବା ପାଇଁ ନିର୍ଦେଶ ଦେଇଛନ୍ତି । ଏହାପରେ ଟେଣ୍ଡରକୁ ରବ୍ଦ କରାଯାଇଛି ।

ଏବେ ନୂଆ ଟେଣ୍ଡରରେ ମେକ୍ ଇନ୍ ଇଣ୍ଡିଆ ଓ ଭାରତୀୟ ଟେକନୋଲୋଜିର ପ୍ରୋତ୍ସାହନ ଦେବା ପାଇଁ ପ୍ରାବଧାନ ରହିବ । ନିକଟରେ ବିଏସଏନଏଲ ଓ ଏମଟିଏନଏଲ ବିରୋଧରେ ଅଧିକ ଚୀନ ସାମଗ୍ରୀ କିଣୁଥିବା ଅଭିଯୋଗ ଲାଗିଥିଲା । ଟେଲିକମ୍ ମନ୍ତ୍ରାଳୟ ତରଫରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି ଯେ, ୪ଜି ଫାସିଲିଟିକୁ ଅପଗ୍ରେଡେସନରେ କୌଣସି ଚାଇନିଜ୍ କମ୍ପାନୀର ନିର୍ମିତ ଉପକରଣର ବ୍ୟବହାର କରାଯିବ ନାହିଁ । ସମ୍ପୂର୍ଣ୍ଣ ଟେଣ୍ଡରକୁ ପୁଣି ଥରେ ଆରମ୍ଭ କରାଯିବ । ଏହାସହ ସମସ୍ତ ପ୍ରାଇଭେଟ୍ ସର୍ଭିସ୍ ଅପରେଟରଙ୍କୁ ମଧ୍ୟ ଚୀନ ଉପକରଣ ଉପରେ ନିର୍ଭରତା ହ୍ରାସ କରିବାକୁ କୁହାଯାଇଛି ।

ଏହାପୂର୍ବରୁ ବିଏସଏନଏ ଓ ଏମଟିଏନଏଲ ୪ଜି ନେଟଓ୍ୱର୍କ ଚୀନ ଯନ୍ତ୍ରପାତି ବ୍ୟବହାର ନକରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏପରିକି ରେଳବାଇ ମଧ୍ୟ ଚୀନ କମ୍ପାନୀର ୪୭୧ କୋଟିର ସିଗନାଲିଂ ପ୍ରକଳ୍ପ ରବ୍ଦ କରିଥିଲା ।

   Related Posts