Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଟଳିଲା BSNL-MTNL ବିଲୟ ଯୋଜନା, ରିଭାଇଭଲ ପ୍ଲାନକୁ ମଞ୍ଜୁର କଲେ ସରକାର

10/03/2021 at 8:52 PM

ନୂଆଦିଲ୍ଲୀ ୧୦।୩: କ୍ଷତିରେ ଚାଲୁଥିବା ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଓ ମହାନଗର ଟେଲିକମ ନିଗମ ଲିମିଟେଡ(ଏମଟିଏନଏଲ)ର ମର୍ଜର ଯୋଜନା ଅଟକିଲା। ତେବେ କେନ୍ଦ୍ର ସରକାରଙ୍କ ଉଭୟ ଉପକ୍ରମଙ୍କ ରିଭାଇଭଲ ପ୍ଲାନକୁ ମଞ୍ଜୁରି ମିଳିଥିବା କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ବୁଧବାର ସଂସଦକୁ ସୂଚିତ କରିଛନ୍ତି।

ପ୍ରସାଦ ଦୂର ସଞ୍ଚାର କମ୍ପାନୀମାନଙ୍କ ସ୍ଥିତିନେଇ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି। ଏକଦା ଲାଭଜନକ ଥିବା ଏହି ଦୁଇ କମ୍ପାନୀଙ୍କୁ ପୁଣି ଛିଡା କରିବା ଲାଗି ସରକାର ପୂର୍ବରୁ ରିଭାଇଭଲ ଯୋଜନା ପ୍ରସ୍ତୁତ କରିଥିଲେ। ଯାହାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମଧ୍ୟ ମିଳିଥିଲା। ସଂସଦର ବଜେଟ୍ ଅଧିବେଶନରେ ସରକାର ବୁଧବାର ଏହାକୁ  ଉପସ୍ଥାପିତ କରିଥିବା ବେଳେ ସର୍ବସମ୍ମତିରେ ଗୃହୀତ ହୋଇଥିବା ପ୍ରସାଦ ଗୃହକୁ ସୂଚିତ କରିଛନ୍ତି।

ରିଭାଇଭଲ ପ୍ଲାନ ଅନୁସାରେ ବିଏସଏନଏଲ ଓ ଏମଟିଏନଏଲ କର୍ମଚାରୀଙ୍କ ଲାଗି ସ୍ୱେଚ୍ଛାକୃତ ଅବସର ଯୋଜନା ଅନେକ ପୂର୍ବରୁ ପ୍ରଚଳିତ ଅଛି। ଏହା ଛଡା ସରକାର ଏହି କମ୍ପାନୀଙ୍କ ସମ୍ପତ୍ତି  ମନିଟାଇଜ କରିବାକୁ ଚାହାନ୍ତି ବୋଲି ପ୍ରସାଦ କହିଛନ୍ତି। ଏହା ଛଡା ସରକାର ଏହି କମ୍ପାନୀମାନଙ୍କର ୩୦ହଜାର କୋଟି ଟଙ୍କା ନିବେଶର ଯୋଜନା ମଧ୍ୟ ରଖିଛନ୍ତି।

ସରକାର କମ୍ପାନୀଙ୍କ ଲାଗି ୧୫ ହାର କୋଟି ଟଙ୍କାର ବଣ୍ଡ ଜାରି କରିବେ। ଏଣୁ କମ୍ପାନୀଙ୍କ ସମ୍ପତ୍ତି ବିକ୍ରି ଅଥବା ପଟ୍ଟାରେ ଦିଆଯିବ ବୋଲି ପ୍ରସାଦ କହିଛନ୍ତି। ଟେଲିକମ କ୍ରାନ୍ତି ଜଗତରେ ଘରୋଇ ଟେଲିକମ କମ୍ପାନୀମାନେ ଦିନକୁ ଦୁଇଗୁଣ ରାତିକୁ ୪ ଗୁଣ ହାରରେ ବଢିବଢି ଚାଲିଥିବା ବେଳେ ମୂଳ ୨ ସରକାରୀ କମ୍ପାନୀ ଋଣ ବୋଝ ତଳେ ପୋତିହୋଇଯାଇଛନ୍ତି। ଏଥିରୁ ବିଏସଏନଏଲ ଉପରେ ୯୦ ହଜାର କୋଟି ଟଙ୍କାର ଋଣ ଥିବା ବେଳେ ଏମଟିଏନଏଲ ୩୦ ହଜାର କୋଟି ଟଙ୍କାର ଋଣ ରହିଛି।

   Related Posts