Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବିଏସଏନଏଲର ପ୍ରିପେଡ୍ ଗ୍ରାହକଙ୍କ ଲାଗି ଫେଷ୍ଟିଭ ଅଫର, ଜାଣନ୍ତ କ’ଣ

4/10/2019 at 9:56 PM

ସରକାରୀ ଦୂର ସଞ୍ଚାର କମ୍ପାନୀ ବିଏସଏନଏଲ ପାର୍ବଣ ଋତୁରେ ଗ୍ରାହକଙ୍କ ଲାଗି ଆଣିଛି ଖାସ୍ ଅଫର। ପ୍ରିପେଡ ଉପଭୋକ୍ତାଙ୍କ ଲାଗି ଆଣିଥିବା ଏହି ଅଫରରେ ବୈଧତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ରଖିଛି। ଯେଉଁଥିରୁ ଗ୍ରାହକ ଅଧିକ ଦିନ ବୈଧତା ସାଙ୍ଗକୁ ନିଶୁଳ୍କ ଇଣ୍ଟରନେଟ୍ ସେବା ବି ପାଇପାରିବେ। କେବଳ ଏତିକି ନୁହେଁ ଅନଲିମିଟେଡ କଲ ଫ୍ୟାସେଲିଟି ବି ଉପଭୋଗ କରିବେ ଗ୍ରାହକ। ତେବେ ଆସନ୍ତୁ ଜାଣିବା ବିଏସଏନଏଲ କି ଅଫର ରଖିଛନ୍ତି ଗ୍ରାହକଙ୍କ ଲାଗି।

ବିଏସଏନଏଲଙ୍କ ପ୍ଲାନ ପିବି ୧୬୯୯ର ବୈଧତା ଅକ୍ଟୋବର ମାସର ପ୍ରମୋସନାଲ ଅଫର ପିରିୟଡରେ ବର୍ତ୍ତମାନ ଥିବା ୩୬୫ ଦିନର ବୈଧତାକୁ ୪୫୫ ଦିନ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି। ଏହି ବୈଧତା ଅବଧିରେ ଦୈନିକ ୨ ଜିବି ଡାଟା ସମେତ ଅନଲିମିଟେଡ ଭୟସ କଲ ଓ ଅନଲମିଟେଡ ଏସଏମଏସ ଫ୍ୟାସେଲିଟି ମଧ୍ୟ ଉପଲବ୍ଧ କରିବେ। ସେହିପରି ନୂଆ ଗ୍ରାହକଙ୍କ ଲାଗି ପ୍ଲାନ ପିବି ୧୦୬ ଓ ୦୧୭ରେ ପ୍ରତିଦିନ ୧ ଜିବି ଡାଟା ସମେତ ଅନଲିମିଟେଡ କଲ ଫ୍ୟାସେଲିଟି ମିଳିବ।

ତେବେ ୧୦୬ ଓ ୧୦୭ର ବୈଧତା ୨୪ ଦିନ ପର୍ଯ୍ୟନ୍ତ ରହିବ। ସେହିପରି ପ୍ଲାନ ପିବି ୧୮୬ ଓ ଏସଟିବି ୧୮୭ରେ ଏବେ ପ୍ରତି ଦିନ ୧ ଜିବି ଅତିରିକ୍ତ ଡାଟା ପ୍ରଦାନ କରାଯିବ। ଏଥିରେ ଅନଲିମିଟେଡ ଟକ୍ ଟାଇମ ସମେତ ଦୈନିକ ୩ ଜିବି ଡାଟା ମିଳିଥାଏ। ଏହି ପ୍ଲାନର ବୈଧତା ୨୮ ଦିନ ପର୍ଯ୍ୟନ୍ତ ରହୁଛି।  

   Related Posts