ଜିଓକୁ ଟକ୍କର ଦେବା ଲାଗି ବିଏସଏନଏଲ ଆଣିଲେ ଗ୍ରାହକଙ୍କ ପାଇଁ ଏହି ଧମକାଦାର ଅଫର, ଜାଣନ୍ତୁ ଫାଇଦା

Published By : Prameya-News7 Bureau | August 26, 2019 IST

ମୁମ୍ବାଇ: ଟେଲିକମ ବଜାରରେ ଜାରି ପ୍ରତିଯୋଗୀତାରେ ବିଏସଏନଏଲ ପ୍ରଥମ ଥର ଦୀର୍ଘକାଳୀନ ପ୍ଲାନ ଲଞ୍ଚ କରିଛନ୍ତି। ୧୬୯୯ ଟଙ୍କାର ଏହି ପ୍ଲାନରେ ଗ୍ରାହକ ୩୬୫ ଦିନ ବଦଳେ ୪୫୫ ଦିନର ଭେଲିଡିଟି ଅଫର ପାଇବେ। ଏଭଳି ପ୍ଲାନ ଗ୍ରହଣ କରୁଥିବା ଉପଭୋକ୍ତାଙ୍କୁ ଅଧିକ ୯୦ ଦିନ ଭେଲିଡିଟି ବି ମିଳିବ। ଏହି ପ୍ଲାନର ଫାଇଦା ନେବାକୁ ହେଲେ ଅଗଷ୍ଟ ୧୪ରୁ ସେପ୍ଟେମ୍ବର ୧୩ ତାରିଖ ମଧ୍ୟରେ ରିଚାର୍ଜ କରି ଯୋଜନାର ଲାଭ ଉଠାଇ ପାରିବେ।

{"id":149200}

ଦେଶରେ ଟେଲିକମ୍ କମ୍ପାନୀ ମାନେ ଏପର୍ଯ୍ୟନ୍ତ ଚଳାଇଥିବା ଯୋଜନା ମଧ୍ୟରେ ବିଏସଏନଏଲଙ୍କ ଏହି ନୂଆ ପ୍ଲାନ ସବୁଠାରୁ ଲଙ୍ଗ ଟର୍ମ ପ୍ଲାନ। ଏହି ପ୍ଲାନରେ ଗ୍ରାହକ ୧ ବର୍ଷ ୩ ମାସର ଭେଲିଡିଟି ବାଦେ ବି ଅନେକ ସୁବିଧା ପାଇବେ। ୧୬୯୯ ଟଙ୍କାର ଏହି ଯୋଜନାରେ ଗ୍ରାହକ ବର୍ଷ ତମାମ ଲୋକାଲ ଓ ଏସଟିଡି ଅନଲିମିଟେଡ କଲ ସମେତ ୧୦୦ ଏସଏମଏସ ଓ ଦୈନିକ ୨ ଜିବି ଡାଟା ବି ପାଇବେ। ଯଦି ଡେଲି ଲିମିଟ୍ ଶେଷ ବି ହୋଇ ଯାଏ ତେବେ ୮୦ କେବିପିଏସ୍ ସ୍ପିଡର ଇଣ୍ଟରନେଟ୍ ସେବା ପାଇ ପାରିବେ।

{"id":149201,"align":"center"}

ଏପର୍ଯ୍ୟନ୍ତ ଦେଶରେ କେବଳ ଜିଓ ଗ୍ରାହକଙ୍କ ଲାଗି ଅଧିକ ସୁବିଧା ପ୍ରଦାନ କରିପାରୁଛି। ତେବେ ବିଏସଏନଏଲ ପ୍ରଥମ ଥର ଲଙ୍ଗଟର୍ମ ପ୍ଲାନ ଲଞ୍ଚ କରିଥିବା ବେଳେ ଅନ୍ୟ ଘରୋଇ କ୍ଷେତ୍ରର କୌଣସି ଟେଲିକମ୍ କମ୍ପାନୀ ସେମାନଙ୍କ ଉପଭୋକ୍ତାଙ୍କ ଲାଗି ଏଭଳି ପ୍ଲାନ ଆଣି ନାହାନ୍ତି। ତେବେ ଯଦି ବିଏସଏନଏଲଙ୍କ ଏହି ଲଙ୍ଗ ଟର୍ମ ପ୍ଲାନ ନେବାକୁ ଚାହାନ୍ତି ତେବେ ବିଳମ୍ବ ନକରି ତୁରନ୍ତ ରିଚାର୍ଜ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.