ବିଏସ୍ଏନ୍ଏଲ ଲଞ୍ଚ କଲେ ନୂଆ ପ୍ରିପେଡ୍ ପ୍ଲାନ୍, ୧ ବର୍ଷ ଭାଲିଡିଟି ସହ ଦୈନିକ ମିଳିବ ୧.୫ଜିବି ଡାଟା, ଜାଣନ୍ତୁ ପ୍ଲାନର ମୂଲ୍ୟ

Published By : Prameya-News7 Bureau | June 28, 2019 IST

ଦେଶରେ ଟେଲିକମ୍ କମ୍ପାନୀମାନଙ୍କ ମଧ୍ୟରେ ଏବେ ଚାଲିଛି ପ୍ରାଇସ୍ ୱାର । ଏଥିରୁ ସରକାରୀ ଟେଲିକମ କମ୍ପାନୀ ବିଏସ୍ଏନ୍ଏଲ ବା  ବାଦ ପଡନ୍ତା କିପରି ? ନିକଟରେ ବିଏସ୍ଏନ୍ଏଲ ଏକ ଦୀର୍ଘ କାଳିକ ପ୍ଲାନ ଲଞ୍ଚ କରିଛନ୍ତି । ଯାହାର ମୂଲ୍ୟ ରହିଛି ୧ହଜାର ୩୪୫ ଟଙ୍କା। ୧ ବର୍ଷିଆ ଭାଲିଡିଟିର ଏହି ପ୍ଲାନରେ ରହିଛି  କ’ଣ ସବୁ ବୈଷିଷ୍ଠ୍ୟ ଆସନ୍ତୁ ଜାଣିବା।

{"id":128299}

ବିଏସ୍ଏନ୍ଏଲଙ୍କ ଏହି ନୂଆ ପ୍ଲାନରେ କୌଣସି ଫ୍ରି କଲ କି ଏସ୍ଏମ୍ଏସ୍ ଫ୍ୟାସେଲିଟି ମିଳିବ ନାହିଁ । ତେବେ ଦୈନିକ ୧.୫ଜିବି ଡାଟା ମିଳିବ। ଏହା ସହିତ ଟେଲିକମ୍ କମ୍ପାନୀ ୧୦ ଜିବି ବଣ୍ଡଲ୍ଡ ଡାଟା ବି ଦେଉଛି। ଯାହାକୁ ଲିମିଟ ସରିବା ପରେ ଉପଭୋକ୍ତା ବ୍ୟବହାର କରିପାରିବେ। ଏହିଭଳି ୟୁଜରଙ୍କୁ ପ୍ଲାନର ପୁରା ଭେଲିଡିଟିରେ ବିଏସ୍ଏନ୍ଏଲ ୫୫୭.୫ ଜିବି ଡାଟା ଦେବେ। ତେବେ ଏହି ପ୍ଲାନ କେବଳ କେରଳ ପାଇଁ ଉପଲବ୍ଧ ହେଉଥିବା ବେଳେ ସେପ୍ଟମ୍ବର ୯ ତାରିଖ ପର୍ଯ୍ୟନ୍ତ ମିଳିପାରିବ।

{"id":128300,"width":580,"height":361}

ନିକଟରେ ବିଏସ୍ଏନ୍ଏଲର ବ୍ରଡବ୍ରାଣ୍ଡ ପ୍ଲାନରେ ହଷ୍ଟଷ୍ଟାରର ପ୍ରିମିୟମ ସବସ୍କ୍ରିପସନ ମାଗଣା ଦିଆଯାଇଥିଲା। ଏଥିରେ ୟୁଜର ହଷ୍ଟରୁ ଫିଲ୍ମ, ୱେବ୍ ସିରିଜର ଆନନ୍ଦ ଉଠାଇ ପାରିବେ।  ଏହା ଛଡା କମ୍ପାନୀ ନିକଟରେ ୧୫୧ ଟଙ୍କାର ପ୍ରିପେଡ୍ ପ୍ଲାନ ଲଞ୍ଚ କରିଥିଲା।  ୧୮୦ ଦିନ ଭେଲିଡିଟିର ଏହି ପ୍ଲାନର ନାମ ରହିଛି ଅଭିନନ୍ଦନ। ଏହି ପ୍ଲାନରେ ୟୁଜରଙ୍କୁ ଅନଲିମିଟେଡ ଲୋକାଲ ଓ ନ୍ୟାସନାଲ କଲର ଫାଇଦା ମିଳୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.