Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

BSNLର ଭାରତ ଫାଇଭର ବ୍ରଡବ୍ୟାଣ୍ଡ ପ୍ଲାନ୍‌ ଲଞ୍ଚ୍, ମିଳିବ ଏତିକି ଜିବି ଡାଟା

12/01/2020 at 2:25 PM

ନୂଆଦିଲ୍ଲୀ ୧୨|୧: ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ) ରିଲାଏନ୍ସ ଜିଓକୁ ଟକ୍କର ଦେବା ପାଇଁ ନୂଆ ଭାରତ ଫାଇଭର ବ୍ରଡବ୍ୟାଣ୍ଡ ପ୍ଲାନ୍ ଲଞ୍ଚ୍ କରିଛି । ଏହି ନୂଆ ଅପ୍ଟିକାଲ୍ ଫାଇଭର ବ୍ରଡବ୍ୟାଣ୍ଡ ପ୍ଲାନ୍ ରେ ଉପଭୋକ୍ତାଙ୍କୁ ୨୦୦ଏମବିପିଏସ ସ୍ପିଡ୍ ର ଇଣ୍ଟରନେଟ୍ ଡାଟା ମିଳିବ । ବିଏସଏନଏଲ ଏହି ବ୍ରଡବ୍ୟାଣ୍ଡ ପ୍ଲାନ୍ ଦେଶର କିଛି ଟେଲିକମ୍ ସର୍କଲରେ ଆରମ୍ଭ କରାଯିବ । ଏହି ପ୍ଲାନ୍ ସହ ଉପଭୋକ୍ତାଙ୍କୁ କେତେକ ପ୍ରମୋସନାଲ ଅଫର ମଧ୍ୟ ପ୍ରଦାନ କରାଯିବ । ଏହି ପ୍ରମୋସନାଲ ଅଫର ପାଇଁ ଉପଭୋକ୍ତାଙ୍କୁ ୯୦ ଦିନର ଅବଧି ମିଳିବ । ଏହାବ୍ୟତୀତ ଏହି ପ୍ଲାନ୍ ରେ ଉପଭୋକ୍ତାଙ୍କୁ ୧,୫୦୦ଜିବି ଡାଟା ଏଫୟୁପି ଲିମିଟ୍ ସହ ଦିଆଯାଇଛି ।

ଭାରତ ଫାଇଭରର ଏହି ବ୍ରଡବ୍ୟାଣ୍ଡ ପ୍ଲାନ୍ ରେ ଦିଆଯାଇଥିବା ଏଫୟୁପି ଲିମିଟକୁ ଯଦି ଉପଭୋକ୍ତା ଶେଷ କରିଦିଅନ୍ତି ତେବେ ୨ ଏମବିପିଏସ ସ୍ପିଡ୍ ରେ ଅନଲିମିଟେଡ୍ ଇଣ୍ଟରନେଟ୍ ଅଫର କରାଯିବ । ବିଏସଏନଏଲ ଭାରତ ଫାଇବରର ଏହି ବ୍ରଡବ୍ୟାଣ୍ଡ ପ୍ଲାନକୁ ବିଏସଏନଏଲ ୧୫୦୦ଜିବି ସିଏସ୫୫ ନାମରେ ଲଞ୍ଚ କରାଯାଇଛି । ଏହି ପ୍ଲାନ୍ ରେ ଇଣ୍ଟରନେଟ୍ ଡାଟା ବ୍ୟତୀତ ଉପଭୋକ୍ତାଙ୍କୁ ଅନଲିମିଟେଡ୍ ଭଏସ କଲିଂର ମଧ୍ୟ ଫାଇଦା ମିଳିପାରିବ । ଏହି ପ୍ଲାନ୍ କୁ ବିଏସଏନଏଲର ଓ୍ବେବସାଇଟ୍ ମାଧ୍ୟମରେ ସବସ୍କ୍ରାଇବ କରାଯାଇପାରିବ । ଏହି ପ୍ଲାନ୍ ର ମୂଲ୍ୟ ୧୯୯୯ ଟଙ୍କା ରହିଛି । ଏହି ପ୍ଲାନର ଅବଧି ଏକ ମାସ ରହିଛି । ଏହି ପ୍ଲାନ୍ କୁ ଉପଭୋକ୍ତା ୬ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିପାରିବେ । ଏହାପରେ ପ୍ରମୋସନାଲ ଅଫର ଉପଭୋକ୍ତାଙ୍କୁ ମିଳିବ ।

ଏହି ବ୍ରଡବ୍ୟାଣ୍ଡ ପ୍ଲାନ୍ ରିଲାଏନ୍ସ ଜିଓ ଫାଇଭରର ୨୪୯୯ ଟଙ୍କାର ପ୍ଲାନକୁ ଟକ୍କର ଦେବ । ଜିଓ ଫାଇଭରର ଏହି ପ୍ଲାନ୍ ରେ ଉପଭୋକ୍ତାଙ୍କୁ ୫୦୦ ଏମବିପିଏସ ସ୍ପିଡ୍ ର ଇଣ୍ଟରନେଟ୍ ଡାଟା ଦିଆଯାଉଛି । ଏହାସହ ଉପଭୋକ୍ତାଙ୍କୁ ଜିଓ ଟିଭି ସମେତ କେତେକ ଆପ୍ ର ସବସ୍କ୍ରିପସନ ମଧ୍ୟ ମିଳିବ ।

   Related Posts