Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଗ୍ରାହକଙ୍କୁ ଆକର୍ଷିତ କରିବାକୁ BSNLର ‘Ghar Wapasi’ ପ୍ଲାନ୍, ୩୯୯ଟଙ୍କାରେ ମିଳିବ ୭୦ଜିବି ଡାଟା

4/01/2021 at 1:48 PM

ନୂଆଦିଲ୍ଲୀ ୪।୧: ନୂଆ ବର୍ଷରେ ଭାରତୀୟ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ ନିଜ ଗ୍ରାହକଙ୍କ ପାଇଁ ନୂଆ ପ୍ଲାନ୍ ଲଞ୍ଚ୍ କରିଛି । କମ୍ପାନୀ ପୁଣି ଥରେ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ବହୁତ କମ୍ ମୂଲ୍ୟରେ ଆକର୍ଷଣୀୟ ଅଫର ଦେଉଛି ।

ବିଏସଏନଏଲ ନିକଟରେ ୩୯୯ ଟଙ୍କାର ଘର ଓ୍ବାପସୀ ପୋଷ୍ଟପେଡ୍ ପ୍ଲାନ୍ ଲଞ୍ଚ୍ କରିଛି । ଏହି ପ୍ଲାନ୍ ରେ ଗ୍ରାହକଙ୍କୁ ପ୍ରତିମାସରେ ୭୦ ଜିବି ଡାଟା ମିଳୁଛି । ଏହାସହ ରୋଲ୍ ଓଭର ସୁବିଧା ଅଧିନରେ ୨୧୦ ଜିବି ଡାଟା ମିଳିପାରିବ । ଏହା ବ୍ୟତୀତ ବିଏସଏନଏଲ ଉପଭୋକ୍ତାଙ୍କ ପାଇଁ ୫୨୫ ଟଙ୍କା ବିଶିଷ୍ଟ ପୋଷ୍ଟପେଡ୍ ଫ୍ଲାନ୍ ମଧ୍ୟ ଅଫର ଦେଉଛି । ଯେଉଁଥିରେ ଗ୍ରାହକଙ୍କୁ ୮୫ ଜିବି ଡାଟା ମିଳିବ ।

ଟେଲକମ୍ ଟକ୍ ଅନୁସାରେ ଘର ଓ୍ବାପସୀ ପ୍ଲାନ୍ ରେ ଗ୍ରାହକଙ୍କୁ ଅନଲିମିଟେଡ୍ କଲିଂର ସୁବିଧା ଦିଆଯାଉଛି । ଏହା ବ୍ୟତୀତ ଗ୍ରାହକଙ୍କୁ ଏହି ପ୍ଲାନ୍ ରେ ପ୍ରତିଦିନ ୧୦୦ ମାଗଣା ଏସଏମଏସ ମଧ୍ୟ ମିଳୁଛି ।

ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ସମୟରେ ଅଧିକାଂଶ ଘରୋଇ କମ୍ପାନୀ ପୋଷ୍ଟପେଡ୍ ପ୍ଲାନ୍ ରେ ଅଫର ଦେଉଛନ୍ତି । ଅଧିକାଂଶ କମ୍ପାନୀ ନିଜ ପ୍ଲାନ୍ ରେ ଅନଲିମିଟେଡ୍ କଲିଂ ଏବଂ ମାଗଣା ଏସଏମଏସର ସୁବିଧା ପ୍ରଦାନ କରୁଛନ୍ତି । ମାତ୍ର ଗ୍ରାହକ ସେହି ପ୍ଲାନ୍ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି ଯେଉଁଥିରେ ଅଧିକରୁ ଅଧିକ ଇଣ୍ଟରନେଟ୍ ଡାଟା ମିଳୁଛି ।

   Related Posts