BSNL ଲଞ୍ଚ୍ କଲା ୪ଟି ଜବରଦସ୍ତ ପ୍ଲାନ୍, ଅସୀମିତ କଲିଂ ସହ ମିଳିବ ଏତିକି ଡାଟା

Published By : Prameya-News7 Bureau | September 27, 2020 IST

ନୂଆଦିଲ୍ଲୀ ୨୭।୯: ଜିଓ ଏବଂ ଏୟାରଟେଲକୁ ଟକ୍କର ଦେବା ପାଇଁ ଏବେ ବିଏସଏନଏଲ ନୂଆ ବ୍ରଡବ୍ୟାଣ୍ଡ ପ୍ଲାନ୍ ଲଞ୍ଚ୍ କରିଛି । କମ୍ପାନୀ ୪ଟି ନୂଆ ପ୍ଲାନ୍ ଲଞ୍ଚ କରିଛି ଯାହା ଜିଓ ଏବଂ ଏୟାରଟେଲର ପ୍ଲାନ୍ କୁ ଟକ୍କର ଦେବ । ଏହି ୪ଟି ପ୍ଲାନ୍ ଯଥାକ୍ରମେ ୪୪୯, ୭୯୯, ୯୯୯, ୧୪୯୯ ଟଙ୍କାର । ଏହିସବୁ ପ୍ଲାନ୍ ରେ ଉପଭୋକ୍ତାଙ୍କୁ କଲିଂ ଏବଂ ହାଇ ସ୍ପିଡ୍ ଡାଟା ମିଳିବ । ଏହା ବ୍ୟତୀତ ଉପଭୋକ୍ତାଙ୍କୁ ଡିସନି ପ୍ଲସ୍ ହଟଷ୍ଟାରର ସଦସ୍ୟତା ମଧ୍ୟ ପ୍ରଦାନ କରାଯିବ ।  

୪୯୯ ଟଙ୍କିଆ ପ୍ଲାନ୍ :

ଫାଇବର ବେସିକ୍ ନାମକ ଏହି ପ୍ଲାନ୍ ଉପଭୋକ୍ତାଙ୍କୁ  ୩୦ଏମବିପିଏସ ସ୍ପିଡ୍ ସହ ୩୩୦୦ଜିବି ଡାଟା ପ୍ରଦାନ କରୁଛି । ଯଦି ଉପଭୋକ୍ତା ସମୟସୀମା ପୂର୍ବରୁ ଡାଟା ଖର୍ଚ୍ଚ କରି ଦିଅନ୍ତି ତେବେ ଇଣ୍ଟରନେଟ୍ ସ୍ପିଡ୍ ୨ଏମବିପିଏସ ହୋଇଯିବ । ଏଥିରେ ଉପଭୋକ୍ତାଙ୍କୁ ଅନଲିମିଟେଡ୍ କଲିଂ ସୁବିଧା ମିଳିବ ।

୭୯୯ ଟଙ୍କିଆ ପ୍ଲାନ୍ :

ଫାଇବର ଭାଲ୍ୟୁ ନାମକ ଏହି ପ୍ଲାନ୍ ଉପଭୋକ୍ତାଙ୍କୁ ୧୦୦ଏମବିପିଏସ ସ୍ପିଡ୍ ସହ ୩୩୦୦ଜିବି ଡାଟା ପ୍ରଦାନ କରୁଛି । ଏହି ପ୍ଲାନ୍ କୁ କେବଳ ଏକ ମାସ ପାଇଁ ସବସ୍କ୍ରାଇବ୍ କରାଯାଇପାରିବ । ଏହି ପ୍ଲାନ୍ ରେ ଉପଭୋକ୍ତାଙ୍କୁ ଅନଲିମିଟେଡ୍ ଲ୍ୟାଣ୍ଡଲାଇନ୍ ରୁ କଲିଂର ସୁବିଧା ପ୍ରଦାନ କରାଯିବ ।

୯୯୯ ଟଙ୍କିଆ ପ୍ଲାନ୍ :

ଫାଇବର ପ୍ରିମିୟମ ନାମକ ଏହି ପ୍ଲାନ୍ ଉପଭୋକ୍ତାଙ୍କୁ ୨୦୦ଏମବିପିଏସ ସ୍ପିଡ୍ ସହ ୩.୩ଟିବି ଡାଟା ପ୍ରଦାନ କରୁଛି । ଯଦି ଉପଭୋକ୍ତା ସମୟସୀମା ପୂର୍ବରୁ ଡାଟା ଖର୍ଚ୍ଚ କରି ଦିଅନ୍ତି ତେବେ ଇଣ୍ଟରନେଟ୍ ସ୍ପିଡ୍ ୨ଏମବିପିଏସ ହୋଇଯିବ । ଏଥିରେ ଉପଭୋକ୍ତାଙ୍କୁ ଅନଲିମିଟେଡ୍ କଲିଂ ସୁବିଧା ମିଳିବ ।

୧୪୯୯ ଟଙ୍କିଆ ପ୍ଲାନ୍ :

ଫାଇବର ଅଲ୍ଟ୍ରା ନାମକ ଏହି ପ୍ଲାନ୍ ଉପଭୋକ୍ତାଙ୍କୁ ୩୦୦ଏମବିପିଏସ ସ୍ପିଡ୍ ସହ ୪୦୦ଜିବି ଡାଟା ପ୍ରଦାନ କରୁଛି । ଏଥିରେ ଉପଭୋକ୍ତାଙ୍କୁ ଅନଲିମିଟେଡ୍ କଲିଂ ସୁବିଧା ମିଳିବ । ଏହା ବ୍ୟତୀତ ଏହି ପ୍ଲାନ୍ ରେ ଉପଭୋକ୍ତାଙ୍କୁ ଡିସନି ପ୍ଲସ୍ ହଟଷ୍ଟାରର ସଦସ୍ୟତା ମଧ୍ୟ ମିଳିବ । ଯଦି ଉପଭୋକ୍ତା ସମୟସୀମା ପୂର୍ବରୁ ଡାଟା ଖର୍ଚ୍ଚ କରି ଦିଅନ୍ତି ତେବେ ଇଣ୍ଟରନେଟ୍ ସ୍ପିଡ୍ ୨ଏମବିପିଏସ ହୋଇଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.