Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

BSNLର ଆକର୍ଷକ ପ୍ଲାନ, ୨୪୭ ଟଙ୍କାରେ ପ୍ରତିଦିନ ୩ ଜିବି ଡାଟା ଓ ମାଗଣା କଲ୍ ସୁବିଧା

11/03/2020 at 7:18 PM

ନୂଆଦିଲ୍ଲୀ ୧୧।୦୩ : ଟେଲିକମ୍ ଇଣ୍ଡଷ୍ଟ୍ରୀରେ ଜାରି ପ୍ରତିଯୋଗିତା ମଧ୍ୟରେ ବିଏସଏନଏଲ ନିଜର ଗ୍ରାହକଙ୍କ ଲାଗି ମନଲୋଭା ପ୍ଲାନ କ୍ରମାଗତ ଲଞ୍ଚ କରିବାରେ ଲାଗିଛି। ଏହି କ୍ରମରେ ଏବେ କମ୍ପାନୀ ୨୪୭ ଟଙ୍କାର ସ୍ପେଶାଲ ଟାରିଫ ଭାଉଚର ଗ୍ରାହକଙ୍କ ଲାଗି ନେଇକି ଆସିଛି। ଏଥିରେ ପ୍ରତି ଦିନ ୩ ଜିବି ଡାଟା ସହିତ ଆହୁରି ଅନେକ ଅଫର ଦିଆଯାଇଛି। କମ୍ପାନୀ ଏହି ପ୍ୟାକକୁ ସେହି ଗ୍ରାହକଙ୍କୁ ଧ୍ୟାନରେ ରଖି ଲଞ୍ଚ କରିଛି, ଯେଉଁମାନଙ୍କୁ ଭିଡିଓ ଦେଖିବା ଲାଗି ଅଧିକ ଡାଟା ଆବଶ୍ୟକ କରନ୍ତି। ଆସନ୍ତୁ ଜାଣିବା ବିଏସଏନଏଲର ଏହି ପ୍ଲାନରେ ଆଉ କଣ କଣ ଫାଇଦା ରହିଛି।

ଡାଟା ସହିତ କଲିଂର ମଜା

୨୪୭ ଟଙ୍କିଆ ଏହି ପ୍ଲାନର ବୈଧତା ୩୦ ଦିନ ରହିଛି। ଏଥିରେ କମ୍ପାନୀ  ପ୍ରତିଦିନ ୩ ଜିବି ଡାଟା ସହିତ ୧୦୦ ଫ୍ରି ଏସଏମଏସର ବ୍ୟବସ୍ଥା କରିଛି। ଏହି ପ୍ଲାନରେ ଆପଣଙ୍କୁ ପ୍ରତିଦିନ ୨୫୦ ମିନିଟ୍ ଫ୍ରି ଦିଆଯାଇଛି। କଲିଂ ମାମଲାରେ ଏହି ପ୍ଲାନ ଏୟାରଟେଲ୍ ଓ ଭୋଡାଫୋନଠୁ ପଛରେ ରହିପାରେ କାରଣ ଏହି ଦୁଇ କମ୍ପାନୀ ଗ୍ରାହକଙ୍କୁକ ଟ୍ରୁ ଅନଲିମିଟେଡ୍ କଲିଂର ଅଫର ଦେଇଛନ୍ତି।

କମ୍ପାନୀ ୯୯୮ ଟଙ୍କିଆ ପ୍ଲାନରେ ମଧ୍ୟ ପରିବର୍ତ୍ତନ କରିଛି। ଏହି ପ୍ଲାନରେ ଏବେ ୩୦ ଦିନର ଅତିରିକ୍ତ ଭାଲିଡିଟି ରହିଛି। ଏହି ପ୍ଲାନ ପୂର୍ବେ ୨୪୦ ଦିନର ଭାଲିଡିଟି ଥିଲା। ଏହାକୁ ବୃଦ୍ଧି କରାଯାଇ ୨୭୦ ଦିନ କରାଯାଇଛି। ଏହି ପ୍ଲାନରେ ୟୁଜର୍ସଙ୍କୁ ପ୍ରତି ଦିନ ୨ ଜିବି ଡାଟା ମିଳୁଛି।

   Related Posts