Wednesday, June 26, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଏସଏନଏଲର ‘ଅଭିନନ୍ଦନ ୧୫୧’ ପ୍ରିପେଡ଼ ପ୍ଲାନ : ଜାଣନ୍ତୁ କ’ଣ ରହିଛି ଅଫର

ନୂଆଦିଲ୍ଲୀ ୧୩/୬ : ଭାରତ ସଂଚାର ନିଗମ ଲିମିଟେଡ଼ ଏକ ନୂଆ ପ୍ରିପେଡ଼ ପ୍ଲାନ ଅଭିନନ୍ଦନ ୧୫୧ ଲାଞ୍ଚ କରିଛି । ଏହି ପ୍ରିପେଡ଼ ପ୍ଲାନର ମୂଲ୍ୟ ୧୫୧ ଟଙ୍କା । ଏହି ପ୍ଲାନରେ ଗ୍ରାହକଙ୍କୁ ଅନଲିମିଟେଡ଼ କଲ, ଦିନକୁ ୧ଜିବି ଡାଟା ଏବଂ ୨୪ ଦିନ ପର୍ଯ୍ୟନ୍ତ ୧୦୦ଟି ଏସଏମଏସ ମିଳିବ ।

କିଛି ଦିନ ପୂର୍ବରୁ କମ୍ପାନୀ *୧୨୧# ବିଏସଏନଏଲ ମାଇ ଅଫର ସର୍ଭିସ ପ୍ଲାନ ଲଞ୍ଚ କରିଥିଲା । ସର୍ବୋତ୍କୃଷ୍ଟ ସ୍ପେଶାଲ ତାରିଫ୍ ଭାଉଚର୍ ସଜେଷ୍ଟ କରିବା ପାଇଁ ଏହି ପ୍ଲାନକୁ ଡିଜାଇନ କରାଯାଇଛି ।

୧୫୧ ପ୍ରିପେଡ଼ ରିଚାର୍ଜ ପ୍ଲାନର ବୈଧତା ୧୮୦ ଦିନ । ବଂଡଲ ଅଫରର ବୈଧତା ୨୪ ଦିନ । ଅଫିସିଆଲ ବିଏସଏନଏଲ ୱେବସାଇଟ ୧୫୧ ପ୍ରିପେଡ଼ ପ୍ଲାନକୁ ଅଭିନନ୍ଦନ ୧୫୧ ପ୍ଲାନ ନାଁ ରଖିଛି । ଏହି ପ୍ଲାନକୁ ପ୍ରମୋସନାଲ ଅଫର ଭାବେ ବଜାରକୁ ଛାଡ ଯାଇଛି । ଏହି ପ୍ଲାନ ଆଜିଠାରୁ ୯୦ ଦିନ ପର୍ଯ୍ୟନ୍ତ ଉପଲବ୍ଧ ରହିବ । ଏହି ପ୍ଲାନ ଉଭୟ ନୂଆ ଓ ପୁରୁଣା ଗ୍ରାହକଙ୍କ ପାଇଁ ପେଶ କରାଯାଇଛି । 

401 Views

   ସମ୍ବନ୍ଧିତ ଖବର