ବିଏସଏନଏଲରେ ଜୁନିୟର ଟେଲିକମ ଅଫିସର ପଦବୀ ଖାଲି; ବିନା ପରୀକ୍ଷାରେ ପାଇବେ ଚାକିରୀ, ଦରମା ୧୬,୪୦୦ ରୁ ୪୦,୫୦୦

Published By : Prameya-News7 Bureau | February 02, 2019 IST

ଦିଲ୍ଲୀ ୨/୨ : ବିଏସଏନଏଲରେ ଜୁନିୟର ଟେଲିକମ ଅଫିସର ପଦବୀ ପାଇଁ ନୋଟିସ ଜାରି କରାଯାଇଛି | ମୋଟ ୧୯୮ ପଦବୀ ପାଇଁ ଆବେଦନ ଆହ୍ବାନ ହୋଇଛି | ଏହି ପଦବୀ ଏସସି/ଏସଟି ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ରହିଛି | ସିଭିଲ ଏବଂ ଇଲେକ୍ଟ୍ରିକାଲ ସ୍ନାତକ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ | ଆବେଦନ ପ୍ରକ୍ରିୟା ଫେବୃଆରୀ ୧୧ତାରିଖରୁ ଆରମ୍ଭ ହେବ | ଆବେଦନର ଶେଷ ତାରିଖ ମାର୍ଚ୍ଚ ୧୨ ତାରିଖ |


ପଦବୀ - ଜୁନିୟର ଟେଲିକମ ଅଫିସର (ସିଭିଲ ଏବଂ ଇଲେକ୍ଟ୍ରିକାଲ)
ମୋଟ ପଦବୀ - ୧୯୮
ପ୍ରାର୍ଥୀଙ୍କ ବୟସ - ୧୮ ବର୍ଷରୁ ୩୦ ବର୍ଷ (ନିୟମ ଅନୁସାରେ ବୟସ ସୀମା ବଦଳିବ)
ଦରମା - ୧୬୪୦୦ ରୁ ୪୦୫୦୦

{"id":80942}


କେଉଁ ରାଜ୍ୟରେ କେତେ ପଦବୀ ରହିଛି ଜାଣନ୍ତୁ :
ଆନ୍ଧ୍ର ପ୍ରଦେଶ-୬, ଆସାମ-୬, ବିହାର-୭, ଛତିଶଗଡ଼-୮, ଗୁଜରାଟ-୭, ହରିୟାଣା-୨, ଓଡିଶା-୭, ହିମାଚଳ ପ୍ରଦେଶ-୪, ଜାମ୍ମୁ କାଶ୍ମୀର-୬, ଝାରଖଣ୍ଡ-୮, କର୍ଣ୍ଣାଟକ-୧୦, କେରଳ-୨୬, ମହାରାଷ୍ଟ୍ର- ୧୩, ମଧ୍ୟ ପ୍ରଦେଶ-୧୦ ଉତ୍ତର ଦୂର ସଂଚାର କ୍ଷେତ୍ର-୪, ଉତ୍ତରପୂର୍ବ-୧ରେ -୬, ଉତ୍ତରପୂର୍ବ-୨ରେ- ୭, ପଞ୍ଜାବ- ୬, ରାଜସ୍ଥାନ-୧୦, ତାମିଲନାଡୁ-୧୩, ଉତ୍ତର ପ୍ରଦେଶ(ପୂର୍ବ)- ୯, ଉତ୍ତର ପ୍ରଦେଶ(ପଶ୍ଚିମ)-୩, ଉତ୍ତରାଖଣ୍ଡ-୬, ପଶ୍ଚିମବଙ୍ଗ-୧୩


ସମସ୍ତ ପ୍ରାର୍ଥୀଙ୍କ ଚୟନ GATE ୨୦୧୯ ର ସ୍କୋର ଏବଂ ଇଣ୍ଟରଭିୟୁ ଆଧାରରେ କରାଯିବ | ଏହି ପଦବୀ ପାଇଁ କୌଣସି ପରୀକ୍ଷା ହେବ ନାହିଁ |


ଓବିସି ପ୍ରାର୍ଥୀଙ୍କ ପାଇଁ ୧୦୦୦ ଟଙ୍କା, ଏସସି/ଏସଟି ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ଆବେଦନ ଦେୟ ରହିଛି | ପ୍ରାର୍ଥୀଙ୍କୁ ନେଟ ବ୍ୟାଙ୍କିଙ୍ଗ, କ୍ରେଡିଟ କାର୍ଡ, ଡେବିଟ କାର୍ଡ ଜରିଆରେ ପେମେଣ୍ଟ କରିପାରିବେ |


ଇଛୁକ ପ୍ରାର୍ଥୀ ନିଜ ଆପ୍ଲିକେସନ ବିଏସଏନଏଲ ପୋର୍ଟାଲରେ ମାର୍ଚ୍ଚ ୧୨ ତାରିଖ ଭିତରେ ଆବେଦନ କରିପାରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.