Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ବିଏସଏନଏଲ ଲଞ୍ଚ କଲା ଦମଦାର ଅଫର, ଅନ୍ୟ ନେଟଓ୍ବାର୍କକୁ ଫ୍ରିରେ କରିବା ପାରିବେ ଭଏସ କଲିଂ

13/11/2019 at 12:43 PM

ନୂଆଦିଲ୍ଲୀ୧୩/୧୧: ଭାରତୀୟ ଟେଲିକମ କମ୍ପାନୀ ବିଏସଏନଏଲ ନିଜ ଗ୍ରାହକଙ୍କ ପାଇଁ ଦୁଇଟି ନୂଆ ପ୍ରିପେଡ୍‌ ପ୍ଲାନ ଲଞ୍ଚ କରିଛି। କମ୍ପାନୀ ଲଞ୍ଚ କରିଥିବା ୨ଟି ପ୍ଲାନ ୯୭ ଓ ୩୬୫ ଟଙ୍କା ରିଚାର୍ଜରେ ୟୁଜର୍ସଙ୍କୁ ୨ଜିବି ଡାଟା ମିଳିବ। ଅନ୍ୟ ପ୍ଲାନ ବ୍ୟତୀତ ଏହି ଦୁଇଟି ପ୍ଲାନରେ ଗ୍ରାହକଙ୍କୁ ଅଧିକ ଫାଇଦା ମିଳିବ।        

ଗ୍ରାହକଙ୍କ ସୁବିଧାକୁ ଲକ୍ଷ୍ୟ କରି ବିଏସଏନଏଲ ୯୭ ଟଙ୍କିଆ ଏସଟିଭି ପ୍ଲାନ ଲଞ୍ଚ କରିଛି। ଏହି ପ୍ଲାନର ବୈଧତା ୧୮ ଦିନ ପର୍ଯ୍ୟନ୍ତ ରହିଛି। ଏଥିସହ ଅନ୍ୟ ନେଟଓ୍ବାର୍କକୁ ଭଏଲ କଲିଂ କରିବା ଲାଗି ଗ୍ରାହକଙ୍କୁ ପ୍ରତିଦିନ ୨୫୦ ଫ୍ରି ମିନିଟ ମିଳିବ। ଏଥିସହ ପ୍ରତିଦିନ ୨ ଜିବି ଡାଟା ମଧ୍ୟ ମିଳିବ।

ଗ୍ରାହକଙ୍କୁ ଲକ୍ଷ୍ୟକରି ବିଏସଏନଏଲର ଦ୍ବିତୀୟ ୩୬୫ ଟଙ୍କିଆ ଏସଟିଭି ପ୍ଲାନ ଲଞ୍ଚ କରିଛି। ଏହି ଏସଟିଭି ପ୍ଲାନର ବୈଧତା ୬୦ ଦିନ ପର୍ଯ୍ୟନ୍ତ ରହିଛି। ଏଥିସହ ଗ୍ରାହକଙ୍କୁ ପ୍ରତିଦିନ ୨ ଜିବି ଡାଟା ମିଳିବ। ଭଏସ କଲିଂ ପାଇଁ ପ୍ରତିଦିନ ୨୫୦ ଫ୍ରି ମିନିଟ ଦିଆଯିବ।

ଏହା ବ୍ୟତୀତ କମ୍ପାନୀ ୯୯୭ ଟଙ୍କିଆ ପ୍ରିପେଡ୍ ପ୍ଲାନ ଲଞ୍ଚ କରିଛି। ଏହି ପ୍ଲାନର ବୈଧତା ତିନି ମାସ ପର୍ଯ୍ୟନ୍ତ ରହିବ। ଏଥିସହ ପ୍ରତିଦିନ ୩ ଜିବି ଡାଟା ଗ୍ରାକହଙ୍କୁ ମିଳିବା ସହ ଭଏସ କଲିଂ ପାଇଁ ପ୍ରତିଦିନ ୨୫୦ ଫ୍ରି ମିନିଟ ଦିଆଯିବ।

   Related Posts