ଲକ୍ ଡାଉନ୍‌ରେ BSNLର ଧମାକାଦାର ଅଫର୍ ! ଜୁନ୍ ୩୦ ପର୍ଯ୍ୟନ୍ତ ବଢିଲା ଏହି ପ୍ଲାନ୍‌ର ଭାଲିଡିଟି

Published By : Prameya-News7 Bureau | April 06, 2020 IST

ନୂଆଦିଲ୍ଲୀ ୬।୪: ଲକ୍ ଡାଉନ୍ ମଧ୍ୟରେ BSNL ଗ୍ରାହକଙ୍କ ପାଇଁ ଏକ ଖୁସି ଖବର । କମ୍ପାନୀ ଏହାର ୯୬ ଟଙ୍କାର ଲୋକପ୍ରିୟ ପ୍ଲାନ୍ ଭାସନ୍ତମ୍ ଗୋଲ୍ଡର ଭାଲିଡିଟି ୯୦ ଦିନ ବୃଦ୍ଧି କରିଛି । ଟେଲିକମ୍ ଟକ୍ ରେ ପ୍ରକାଶିତ ଖବର ଅନୁଯାୟୀ, ବର୍ତ୍ତମାନ ଉପଭୋକ୍ତାମାନେ ଜୁନ୍ ୩୦, ୨୦୨୦ ପର୍ଯ୍ୟନ୍ତ ଏହି ପ୍ଲାନର ଲାଭ ଉଠାଇପାରିବେ । BSNL ର ଏହି ୯୬ ଟଙ୍କାର ପ୍ଲାନ୍ ଏକ ପ୍ରୋମସନାଲ ପ୍ଲାନ୍ ଏବଂ ଏହା କେବଳ ନୂତନ ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଯିବ ।

BSNLର ପୁରୁଣା ଉପଭୋକ୍ତାମାନେ ଏହି ପ୍ଲାନର ଲାଭ ପାଇପାରିବେ ନାହିଁ । କମ୍ପାନୀ କହିଛି ଯେ, ୯୬ ଟଙ୍କା ପ୍ଲାନ୍ ର ଭାଲିଡିଟି ବୃଦ୍ଧି ବ୍ୟତୀତ ଏଥିରେ ଅନେକ ସୁବିଧା ମଧ୍ୟ ଯୋଗ କରାଯାଇଛି । BSNL ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଭାସନ୍ତମ୍ ଗୋଲ୍ଡ ଯୋଜନାର ଭାଲିଡିଟି ୯୦ଦିନ ପାଇଁ ବୃଦ୍ଧି କରାଯାଇଛି ଏବଂ ବର୍ତ୍ତମାନ ୟୁଜର୍ସ ଏହାକୁ ୩୦ ଜୁନ୍ ୨୦୨୦ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ।

୯୬ ଟଙ୍କାର ଏହି ପ୍ଲାନ୍ ହେଉଛି ଏକ ଭାଉଚର ପ୍ଲାନ୍ । ଯାହା ସେହି ପ୍ରିପେଡ୍ ଗ୍ରାହକଙ୍କ ପାଇଁ, ଯେଉଁମାନଙ୍କର ନମ୍ବରରେ କୌଣସି ପ୍ଲାନ୍ ଆକ୍ଟିଭ ନଥିବ । ଏପରି ପରିସ୍ଥିତିରେ, ୟୁଜର୍ସମାନେ ପ୍ରିପେଡ୍ ଆକାଉଣ୍ଟର ଭାଲିଡିଟି ବୃଦ୍ଧି କରିବାକୁ ଏହି ଭାଉଚରର ବ୍ୟବହାର କରିପାରିବେ । ଯେପରି କୁହାଯାଇଛି, ଏହି ଯୋଜନାରେ ୯୦ ଦିନର ଭାଲିଡିଟି ଉପଲବ୍ଧ । ଏହା ବ୍ୟତୀତ ୨୧ ଦିନ ପାଇଁ ନୋଟିଫିକେସନ ଦିଆଯାଇଥାଏ । ଏହି ପ୍ଲାନ୍ ବର୍ତ୍ତମାନ କେବଳ ଚେନ୍ନାଇ ଏବଂ ତାମିଲନାଡୁ ଦୁଇଟି ସର୍କଲରେ ଉପଲବ୍ଧ ରହିଛି ।

ଏଥିରେ ୟୁଜର୍ସ ପ୍ରତିଦିନ ଭଏସ୍ କଲିଂ ପାଇଁ ୨୫୦ ମିନିଟ୍ ପାଇବେ ଯେଉଁଥିରେ ସେମାନେ ଉଭୟ ଲୋକାଲ୍ ଏବଂ STD କଲ୍ କରିପାରିବେ । ୟୁଜର୍ସ ଯେକୌଣସି ନେଟୱର୍କରେ ଏହାର ଲାଭ ଉଠାଇ ପାରିବେ । ଏହା ବ୍ୟତୀତ ଯୋଜନାରେ ପ୍ରତିଦିନ ୧୦୦ଟି SMS ମଧ୍ୟ ଦିଆଯାଉଛି ।

କମ୍ପାନୀ ଦ୍ବାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଯଦି ଆପଣ ୯୬ ଟଙ୍କା ଭାସନ୍ତମ୍ ଗୋଲ୍ଡ ପ୍ଲାନ୍ ୟୁଜର୍ସ ଅଟନ୍ତି ଏବଂ ଏହି ପ୍ଲାନକୁ ଆହୁରି ଅଧିକ ବ୍ୟବହାର କରିବାକୁ ଚାହାଁନ୍ତି, ତେବେ 'ପ୍ଲାନ୍ କଣ୍ଟିନ୍ୟୁ' ଲେଖି ୧୨୩ ରେ ମେସେଜ୍ କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.