ବିଏସ୍‌ନେଲର ଧମାକେଦାର ପ୍ଲାନ୍‌, ୩୪୫ ଦିନ ଯାଏଁ କରନ୍ତୁ ଅନ୍‌ଲିମିଟେଡ୍ କଲ, ୫ ଜିବି ଡାଟା ସହ…

Published By : Prameya-News7 Bureau | July 31, 2019 IST

ନୂଆ ଦିଲ୍ଲୀ୩୧|୭: ଭାରତୀୟ ସଂଚାର ନିଗମ (BSNL) ନିଜ ୟୁଜର୍ସଙ୍କ ପାଇଁ ଖାସ ପ୍ଲାନ୍‌ ଲଂଚ କରିଛି। ଏହି ପ୍ଲାନ୍‌ରେ ୩୪୫ଦିନ ଅନ୍‌ଲିମିଟେଡ୍‌ କଲ, ଡାଟା, ମେସେଜ୍‌ର ସୁବିଧା ଉପଲବ୍ଧ ଅଛି। ତେବେ ଜାଣନ୍ତୁ ବିଏସ୍‌ଏନ୍‌ଏଲର ଏହି ୧,୧୮୮ ଟଙ୍କା ପ୍ରିପେଡ ପ୍ଲାନ ବିଷୟରେ। ଏଥର ବିଏସଏନ୍‌ଏଲ ଲମ୍ବା ବୈଧତା ପ୍ଲାନ ଲଂଚ କରିଛି। ଏହି ପ୍ଲାନର ନାଁ ହେଉଛି ମାରୁଥୁରମ ପ୍ରିପେଡ ଭାଉଚର। ଏହାକୁ ବିଏସଏନଏଲର ତାମିଲନାଡୁ ୱେସାଇଟ୍‌ରେ ଲିଷ୍ଟ କରାଯାଇଛି।

କମ୍ପାନୀ ଏହି ପ୍ଲାନ୍‌କୁ ନୂଆ ପ୍ରମୋସନାଲ ଅଫର ଭାବେ ଘୋଷଣା କରିଛି। ମାରୁଥମ ପ୍ଲାନରେ ଅନ୍‌ଲିମିଟେଡ୍‌ କଲର ସୂବିଧା ସହ ୫ ଜିବି ଡାଟା ମଧ୍ୟ ମିଳିବ।  ୟୁଜର୍ସଙ୍କୁ ୧୨୦୦ ଏସ୍‌ଏମ୍‌ଏସ୍‌ର ସୁବିଧା ମଧ୍ୟ ମିଳିବ।  ଏହି ପ୍ଲାନ୍‌ ଏବେ ତାମିଲନାଡୁରେ ଉପଭୋକ୍ତାମାନେ ବ୍ୟବହାର କରୁଛନ୍ତି। ଏହି ୫ ଜିବି ପ୍ଲାନ୍‌ ଡାଟା ସରିବା ପରେ ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ଲୋକେଙ୍କୁ ୨୫ ପଇସା ପ୍ରତି ଏମ୍‌ବି ପିଚ୍ଚା ଚାର୍ଜ ପଡିବ।  ଏହି ପ୍ଲାନର ଫାଇଦା ବର୍ତ୍ତମାନ ତାମିଲନାଡୁର ଲୋକେ ପାଉଛନ୍ତି।

ଏବେ ଯାଏଁ ଏହା ସ୍ପଷ୍ଟ ହୋଇନାହିଁ ଯେ, ବିଏସ୍‌ଏନ୍‌ଏଲ ନିଜର ଏହି ପ୍ଲାନ୍‌ ଅନ୍ୟ ଟେଲିକମ୍‌ ବଜାରରେ ଆଣିବ କି ନାହିଁ। ବିଏସ୍‌ଏନ୍‌ଏଲ ଦ୍ବାରା କରାଯାଇଥିବା ପ୍ଲାନ୍‌ରେ ପ୍ରତିଦିନ ୧.୫ ଜିବି ଡାଟା ମିଳୁଛି। ୧,୩୯୯ ଟଙ୍କାର ରିଚାର୍ଜ ପ୍ଲାନ ପ୍ରତିଦିନ ୧.୫ ଜିବି ଡାଟା ସହ ୫୦ ମେସେଜ ଓ ଅନ୍‌ଲିମିଟେଡ୍‌ କଲର ସୁବିଧା ମଧ୍ୟ ଦେଉଛି।  ଏହି ପ୍ଲାନ୍‌ର ବୈଧତା ୨୭୦ ଦିନ ଯାଏଁ ରହେ। ବିଏସ୍‌ଏନ୍‌ଏଲର ୧୦୦୧ ଟଙ୍କା ପ୍ଲାନ୍‌ରେ ଅନ୍‌ଲିମିଟେଡ୍‌ କଲ ସହ ୯ ଜିବି ଡାଟା ଓ ୨୭୦ ମେସେଜର ସୁବିଧା ଅଛି। ଏହି ପ୍ଲାନ୍‌ର ବୈଧତା ମଧ୍ୟ ୨୭୦ ଦିନ ଯାଏଁ ରହେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.