କାର୍ଯ୍ୟାଳୟରେ bsnl କର୍ମଚାରୀଙ୍କ ଆତ୍ମହତ୍ୟା, ଗତ ୧୦ ମାସ ହେଲା ପାଇନଥିଲେ ଦରମା

Published By : Prameya-News7 Bureau | November 08, 2019 IST

ମଲ୍ଲାପୁରମ: କ୍ଷତିରେ ଚାଲୁଥିବା ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲର ଜନୈକ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କୁ ରାମକୃଷ୍ଣନ ଭାବେ ଚିହ୍ନଟ କରାଯାଇଛି। ସେ କେରଳ ମଲ୍ଲାପୁରମସ୍ଥିତ ବିଏସଏନଏଲ କାର୍ଯ୍ୟାଳୟରେ ସ୍ୱିପର ଭାବେ କାମ କରୁଥିଲେ। ଗତ ୧୦ ମାସ ହେଲା ତାଙ୍କୁ ଦରମା ମିଳିନଥିଲା। ଏଣୁ ମାନସିକ ଅଶାନ୍ତିରେ ଥିବା ରାମକୃଷ୍ଣନ କାର୍ଯ୍ୟାଳୟ ପଙ୍ଖାରେ ରଶିଲଗାଇ ଆତ୍ମହତ୍ୟା କରିଥିବା ଦେଖାଯାଇଛି।

{"id":181038}

ଦରମା ପାଇନଥିବା ବିଏସଏନଏଲ କର୍ମଚାରୀ ସଂଘ ସୂଚନା ଅନୁସାରେ ରାମକୃଷ୍ଣନ ଗତ ୩୦ ବର୍ଷ ହେଲା ଦପ୍ତରରେ ସ୍ୱିପର ଚାକିରୀ କରୁଥିଲେ ହେଁ ତାଙ୍କର ଚାକିରୀ ନିୟମିତ ହୋଇନଥିଲା। କଣ୍ଟ୍ରାକ୍ଚୁଆଲ କାମ କରୁଥିବା ରାମକୃଷ୍ଣନଙ୍କୁ ଗତ ୧୦ ମାସ ହେଲା ଦରମା ବି ମିଳିନଥିଲା। ଏଣୁ ଘୋର ଆର୍ଥିକ ସଙ୍କଟରେ ଗତି କରୁଥିବା ରାମକୃଷ୍ଣନ ଶେଷରେ ଆତ୍ମହତ୍ୟା ପନ୍ଥା ବାଛିନେଇଥିବା ସଂଘ ଅଭିଯୋଗ କରିଛି। ୩୦ ବର୍ଷ ପୂର୍ବେ ସେ ହାଉସ କିପିଙ୍ଗ ଷ୍ଟାଫ ଭାବେ ଟେଲିକମ ଅଥରିଟିରେ କାର୍ଯ୍ୟାରମ୍ଭ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.