ଦେଶସାରା ଝୁମିଲେ ବିଏସଏନଏଲ ଦର୍ଶକ : କମ୍ପାନୀ ଆରମ୍ଭ କଲା ସବୁଠୁ ଖାସ୍ ଏବଂ ଦମଦାର ଅଫର

Published By : Prameya-News7 Bureau | March 04, 2019 IST

ନୂଆଦିଲ୍ଲୀ ୪/୩: ଦେଶର ଏକମାତ୍ର ସରକାରୀ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ ଅର୍ଥାତ୍ ବିଏସଏନଏଲ୍ ଏବେ ଗୁଜୁରାଟ ସମେତ କେତେକ ସହରରେ ନିଜର ୪ଜି ସେବା ଆରମ୍ଭ କରିଦେଇଛି। ଏହା ଦ୍ବାରା ଦେଶ ସାରା ଗ୍ରାହକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। କୁହାଯାଉଛି ଯେ ବିଏସଏନଏଲ୍ ୪ଜି ନେଟଓ୍ବାର୍କ ନିମନ୍ତେ ୩ଜି ଏୟାରଓ୍ବେସ୍ ବ୍ୟବହାର କରୁଛି। ଏହି କମ୍ପାନୀକୁ ୨୦୧୮ମସିହା ଅକ୍ଟୋବର ମାସରେ ୨,୧୦୦ଏମଏଚଜେଡ ସ୍ପେକ୍ଟ୍ରମ୍ ବଣ୍ଟନ କରାଯାଇଥିଲା। ମିଡିଆରୁ ମିଳିଥିବା ସୂଚନା ଅନୁସାରେ ବିଏସଏନଏଲର ୪ଜି ସେବା ଆରମ୍ଭ ହେବା ପରେ ବି ଯଦି ଗ୍ରାହକ ନିଜର ୩ଜି ସିମକୁ ୪ଜି ସିମ୍ ପଡ଼ିଥିବା ସ୍ଥାନରେ ରିପ୍ଲେସ୍ ନ କରନ୍ତି ତେବେ ତାଙ୍କୁ ୪ଜି ସ୍ପିଡ୍ ମିଳିପାରିବ ନାହିଁ। ଏହାର ଫାଇଦା ଉଠାଇବା ପାଇଁ ଗ୍ରାହକଙ୍କୁ ଏହା କରିବାକୁ ପଡ଼ିବ।

ଏହା ସହିତ କୁହାଯାଉଛି ସେହି ଗ୍ରାହକଙ୍କୁ ୩ଜି ସ୍ପିଡରେ ହିଁ କାମ ଚଳାଇବାକୁ ପଡ଼ିବ। ୪ଜି ସ୍ପିଡ ପାଇଁ ଫୋନରେ ୪ଜି ଜିମ୍ ହେବା ଆବଶ୍ୟକ। ଅନ୍ୟଥା ଆପଣ ଏହାର ମଜା ଉଠାଇପାରିବେ ନାହିଁ।  ବିଏସଏନଏଲ୍ କମ୍ପାନୀ ଏବେ ଚେନ୍ନାଇରେ ୪ଜି ସିମ୍ କାର୍ଡ଼ ଜାରି କରିବା ଆରମ୍ଭ କରିଦେଇଛି। ଏହା ସହିତ କମ୍ପାନୀ ନିଜର ଗ୍ରାହକଙ୍କୁ ନେଇ ୩ଜିରୁ ୪ଜି ସିମ୍ ଅପଗ୍ରେଡ୍ କରିବାର ଅଫର ମଧ୍ୟ ପ୍ରଦାନ କରୁଛି। ଏହି ଅଫର ଜରିଆରେ ଗ୍ରାହକ ୨୦ଟଙ୍କାର ଏହି ୪ଜି ସିମକୁ କିଣୁଛନ୍ତି। ତାଙ୍କୁ ୪ଜି ଡାଟା ବିଲକୁଲ ମାଗଣାରେ ଉପଲବ୍ଧ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.