Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଏସଏନଏଲ ବ୍ରଡବ୍ୟାଣ୍ଡ ଗ୍ରାହକଙ୍କୁ ମିଳିଲା ୩ଗୁଣ ଅଧିକ ଡାଟା : ଏହା ଜିଓ ପ୍ରଭାବ କି?

3/09/2018 at 5:25 PM

ନୂଆଦିଲ୍ଲୀ ୩/୯: ଏୟାରଟେଲ ଓ ରିଲାଏନ୍ସ ଜିଓ ଭଳି ବିଏସଏନଏଲ୍ ଏହାର ଅଫର ପ୍ଲାନରେ ଅଧିକ ଡାଟା ଏବଂ ଲାଭ ବଢ଼ାଇଦେଇଛି। ଆଶ୍ଚର୍ଯ୍ୟାନ୍ବିତଭାବେ ବିଏସଏନଏଲ୍ ଏହାର ବ୍ରଡବ୍ୟାଣ୍ଡ ପ୍ଲାନ ପୋର୍ଟଫୋଲିଓକୁ ଅଧିକ ଡାଟା ଏବଂ ଫ୍ରି କଲରେ ଅପଡେଟ କରିଦେଇଛି।
ନୂତନ ବିଜନେସ୍ ମଡେଲର ଅଂଶବିଶେଷ ସ୍ବରୂପ ଟେଲିକମ୍ କମ୍ପାନୀ ଆଶାନୁତୀତ ଭାବେ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ସେଗମେଣ୍ଟରେ ଭଲ କରିଛି।
ଲାଟେଷ୍ଟ ଅପଗ୍ରେଡେସନ୍ ଏୟାରଟେଲ ଭି ଫାଇବର ଏବଂ ରିଲାଏନ୍ସ ଜିଓ ଗିଗାଫାଇବରକୁ ଟାର୍ଗେଟ କରୁଛି। ବିଏସଏନଏଲର ବ୍ରଡବ୍ୟାଣ୍ଡ ପ୍ଲାନ ୨୪୯ଟଙ୍କାରୁ ଆରମ୍ଭ ହୋଇ ପ୍ରତି ମାସକୁ ୨୨୯୫ଟଙ୍କା ଯାହାର ୧୨ଟି ପ୍ଲାନ୍ ରହିଛି।
ନୂତନ ବ୍ରଡବ୍ୟାଣ୍ଡ ପ୍ଲାନ:
ବିଏସଏନଏଲର ଲାଟେଷ୍ଟ ଅପଡେଟରେ ସମୁଦାୟ ୧୨ଟି ପ୍ଲାନ ଅର୍ନ୍ତଭୁକ୍ତ ହୋଇଛି। ବିଏସଏନଏଲ ମଧ୍ୟ ଅନଲିମିଟେଡ୍ ଭଏସ୍ କଲ୍ ସହ ବିବିଜି କମ୍ବୋ ପ୍ଲାନ୍ ଅଫର ଦେଉଛି।
୧.୨୪୯-୫ଏମବିପିଏସ୍ ସ୍ପିଡ୍ ୧୫ଜିବି ଅନଲିମିଟେଡ ୟୁସେଜ୍
୨.୪୯୯-୮ଏମବିପିଏସ୍ ସ୍ପିଡ୍ ୨୫ଜିବି ଅନଲିମିଟେଡ ୟୁସେଜ୍
୩.୫୪୫-୮ଏମବିପିଏସ୍ ସ୍ପିଡ୍ ୩୦ଜିବି ଅନଲିମିଟେଡ ୟୁସେଜ୍
୪.୬୭୫-୧୦ ଏମବିପିଏସ୍ ସ୍ପିଡ୍ ୩୫ଜିବି ଅନଲିମିଟେଡ ୟୁସେଜ୍
୫.୭୯୫- ୧୦ଏମବିପିଏସ୍ ସ୍ପିଡ୍ ୪୫ଜିବି ଅନଲିମିଟେଡ ୟୁସେଜ୍
୬.୮୪୫- ୧୦ଏମବିପିଏସ୍ ସ୍ପିଡ୍ ୫୦ଜିବି ଅନଲିମିଟେଡ ୟୁସେଜ୍
୭.୯୪୯- ୧୦ଏମବିପିଏସ୍ ସ୍ପିଡ୍ ୭୦ଜିବି ଅନଲିମିଟେଡ ୟୁସେଜ୍
୮.୯୯୯- ୧୦ଏମବିପିଏସ୍ ସ୍ପିଡ୍ ୭୦ଜିବି ଅନଲିମିଟେଡ ୟୁସେଜ୍ ଏବଂ ଫ୍ରି ଭଏସ୍ କଲ୍
୯.୧୧୯୯- ୧୦ଏମବିପିଏସ୍ ସ୍ପିଡ୍ ୮୦ଜିବି ଅନଲିମିଟେଡ ୟୁସେଜ୍
୧୦.୧୨୭୫- ୧୦ଏମବିପିଏସ୍ ସ୍ପିଡ୍ ୧୨୦ଜିବି ଅନଲିମିଟେଡ ୟୁସେଜ୍
୧୧.୧୪୯୫- ୧୦ଏମବିପିଏସ୍ ସ୍ପିଡ୍ ୧୪୦ଜିବି ଅନଲିମିଟେଡ ୟୁସେଜ୍
୧୨.୨୨୯୫-୧୦ଏମବିପିଏସ୍ ସ୍ପିଡ୍ ୨୦୦ଜିବି ଅନଲିମିଟେଡ ୟୁସେଜ୍

   Related Posts