Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ବିଏସଏନଏଲ ଆଣିଲା କ୍ୟାସ୍‌ବ୍ୟାକ୍ ଅଫର: ଏହି ନମ୍ବରରେ ଏସଏମଏସ କଲେ ପାଇବେ ଫାଇଦା

22/11/2019 at 8:50 PM

ନୂଆଦିଲ୍ଲୀ୨୨/୧୧: ବିଏସଏନଏଲ ନିଜ ଗ୍ରାହକଙ୍କ ପାଇଁ କ୍ୟାସ୍‌ବ୍ୟାକ୍‌ ଅଫର ଆଣିଛି। ଡିସେମ୍ବର ୧ ତାରିଖରୁ ଅନ୍ୟ ଟେଲିକମ୍‌ କମ୍ପାନୀ ନିଜ ନିଜର ପ୍ଲାନ ବଦଳାଇବାକୁ ଯାଉଛନ୍ତି। କିନ୍ତୁ ଅନ୍ୟପଟେ ଏସଏମଏସ ମାଧ୍ୟମରେ କ୍ୟାସ୍‌ବ୍ୟାକ୍‌ ଅଫର ବିଏସଏନଏଲ ନିଜ ଗ୍ରାହକଙ୍କ ପାଇଁ ଆଣିଛି।  ଏହି ସୁବିଧାର ଫାଇଦା ଉଠାଇବାକୁ ହେଲେ ୟୁଜର୍ସଙ୍କୁ ବାସ୍‌ ଗୋଟିଏ ମେସେଜ୍‌ କରିବାକୁ ପଡ଼ିବ।  

କ୍ୟାସ୍‌ବ୍ୟାକ୍ ଅଫର ପୂର୍ବରୁ  ବିଏସଏନଏଲ ଫୋନ କଲିଂ ଉପ​‌ରେ କ୍ୟାସବ୍ୟାକ୍‌ ଅଫର ଆରମ୍ଭ କରିଥିଲା। ଗୋଟିଏ ମେସେଜ୍‌ରେ ଉପଭୋକ୍ତାଙ୍କୁ ୬ ପାଇସା କ୍ୟାସ୍‌ବ୍ୟାକ୍‌ ଭାବେ ମିଳିବ। ଏହି ସୁବିଧାର ଫାଇଦା ଉଠାଇବା ପାଇଁ 9478053334 ନମ୍ବରରେ ACT 6 paisa ଲେଖି ମେସେଜ କରିବାକୁ ପଡ଼ିବ। ଏହା ପରେ ଉପଭୋକ୍ତାଙ୍କୁ ୬ ପଇସା କ୍ୟାସ୍‌ବ୍ୟାକ ମିଳିବ।

   Related Posts