ଜିଓ ଓ ଏୟାରଟେଲ୍‌କୁ ଟକ୍କର ଦେବ ବିଏସ୍‌ଏନ୍‌ଏଲ୍‌ର ୧୯୮ଟଙ୍କିଆ ପ୍ଲାନ, ୫୪ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୨ ଜିବି ଡାଟା

Published By : Prameya-News7 Bureau | September 14, 2019 IST

ନୂଆଦିଲ୍ଲୀ - ଏବେ ସରକାରୀ ଟେଲିକମ୍‌ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ୧୯୮ ଟଙ୍କିଆ ଏସ୍‌ଟିଭି ବା ସ୍ପେଶାଲ୍‌ ଟାରିଫ୍‌ ଭାଉଚର ଲଞ୍ଚ କରିଛି। ଏଥିରେ ୫୪ ଦିନ ପର୍ଯ୍ୟନ୍ତ ୨ ଜିବି ଡାଟା ମିଳିବ । ପ୍ରତିଦିନ ଏହି ୨ ଜିବି ଡାଟା ମିଳିବ । ଏହି ପ୍ଲାନରେ ଲୋକଙ୍କୁ ମୋଟ୍‌ ୧୦୮ ଜିବି ଡାଟା ମିଳିବ ।

ଜିଓର ୨୫୧ ଟଙ୍କିଆ ପ୍ଲାନରେ ୫୧ ଦିନ ପର୍ଯ୍ୟନ୍ତ ୨ ଜିବି ଡାଟା ଓ ଏୟାରଟେଲ୍‌ର ୧୭୫ ଟଙ୍କିଆ ପ୍ଲାନରେ ପ୍ରିପେଡ୍‌ ଉପଭୋକ୍ତାଙ୍କୁ ୬ ଜିବି ଡାଟା ସହ କଥା ହେବାର ସୁବିଧା ମିଳୁଛି । ଆଇଡିଆର ବି ୧୭୫ ଟଙ୍କିଆ ରିଚାର୍ଜରେ ୬ ଜିବିର ଡାଟା ସହ ଅନଲିମିଟେଡ୍‌ କଥା ହେବାର ସୁଯୋଗ ମିଳୁଛି । ଏହାର ୨୮ ଦିନ ପର୍ଯ୍ୟନ୍ତ ଭାଲିଡିଟି ରହୁଛି ।
ବିଏସ୍‌ଏନ୍‌ଏଲ୍‌ର ଏହି ପ୍ଲାନ ୨୦୦ ଟଙ୍କାରୁ କମ୍‌ରେ ଡାଟା ଚାହୁଁଥିବା ଲୋକଙ୍କ ପାଇଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.