Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ସରକାରଙ୍କ ଆଗରେ ନୂଆ ଅଡୁଆ-ଜାଣନ୍ତୁ କ’ଣ

16/10/2019 at 10:02 PM

ଭୁବନେଶ୍ୱର ୧୬।୧୦- ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ସରକାରଙ୍କ ଆଗରେ ନୂଆ ଅଡୁଆ ଠିଆ ହୋଇଛି । ଯୋଜନାର ସାମିଲ ରୋଗୀଙ୍କୁ ଆଉ ଚିକିତ୍ସା କରିବେନି ବୋଲି ସଫା ସଫା ମନା କରିଦେଇଛନ୍ତି ରାଜ୍ୟର ଘରୋଇ ମେଡିକାଲ ସଂଘ । ରାଜ୍ୟ ସରକାର ବର୍ଷ ବର୍ଷ ଧରି ଅନୁବନ୍ଧିତ ଘରୋଇ ମେଡିକାଲ ଗୁଡିକୁ ଯୋଜନାରେ ଚିକିତ୍ସା ଅର୍ଥ ଦେଉ ନଥିବାରୁ ଏଭଳି ନିଷ୍ପତ୍ତିରେ ସାମିଲ ହୋଇଛନ୍ତି ରାଜ୍ୟର ପାଖା ପାଖି ୩ ଶହ ଘରୋଇ ମେଡିକାଲ । ସେପଟେ ଚିକିତ୍ସା ନପାଇ ଘରୋଇ ମେଡିକାଲରୁ ଫେରୁଛନ୍ତି ରୋଗୀ ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲାଗିଲାଣି ପ୍ରଶ୍ନବାଚୀ । ଏହି ଯୋଜନାରେ ସେବା ଯୋଗାଇବାକୁ ନାକ ଟେକିଲେଣି ରାଜ୍ୟ ଘରୋଇ ମେଡିକାଲ । ରାଜ୍ୟ ସରକାର ଘରୋଇ ଡାକ୍ତରଖାନାଗୁଡିକ ଚିକିତ୍ସା ବାବଦ ଖର୍ଚ୍ଚ ଦେଉ ନଥିବାରରୁ ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ଘରୋଇ ମେଡିକାଲ ସଂଘ । ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ଘରୋଇ ମେଡିକାଲ ଓ କ୍ଲିନିକଗୁଡିକୁ ଅନୁବନ୍ଧିତ କରିଥିଲେ । ଯୋଜନାରେ କାର୍ଡ ଧାରୀ ରୋଗୀଙ୍କୁ  ଘରୋଇ ଡାକ୍ତରଖାନାରେ  ଓ କ୍ଲିନିକରେ ଚିକିତ୍ସା ଦେଇଥାନ୍ତି । ରାଜ୍ୟ ସରକାର ଚିକିତ୍ସା ଖର୍ଚ୍ଚ ଘରୋଇ ଡାକ୍ତରଖାନାକୁ ଦିଅନ୍ତି । ହେଲେ ବର୍ଷ ବର୍ଷ ଧରି ରାଜ୍ୟ ସରକାର ଏହି ଅର୍ଥ ଅନେକ ଡାକ୍ତଖାନା ଓ କିଲ୍ଲିନକୁ ପେମେଣ୍ଟ କରି ନଥିବା ଅଭିଯୋଗ ହୋଇଛି। ଏବାଦକୁ ସରକାର ପାଖା ପାଖି ୨୫ରୁ ୩୦ କୋଟି ବାକି ରଖିଥିବା କହିଛି ସଂଘ ।

ସେପଟେ ରୋଗୀ ହନ୍ତସନ୍ତ ହେଲେଣି। କେତେ ଆଶା କରିଥିଲେ କାର୍ଡ ଅଛି ମାନେୈ ସୁବିଧା ମିଳିବ। କିନ୍ତୁ ଏବେ ପ୍ରାଇଭଟ ହସ୍ପିଟାଲ କାର୍ଡ ଥିଲେ କହୁଛନ୍ତି ଅପେକ୍ଷା କର। ଚିକିତ୍ସା କରିବାକୁ ସେମାନେ ମନା କରୁଛନ୍ତି । ସରକାର ଟଙ୍କା କ୍ଲିୟର କଲେ ସେମାନେ ଚିକିତ୍ସା ପୁଣି ଆରମ୍ଭ କରିବେ ବୋଲି ଜଣାଉଛନ୍ତି । ଫଳରେ ରୋଗୀ ଫେରି ଆସୁଛନ୍ତି। କିମ୍ବା ନିଜେ ଖର୍ଚ୍ଚାନ୍ତ ହେଉଛନ୍ତି।

ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ । ସରକାରୀ ଘରୋଇ ଡାକ୍ତରଖାନାରେ ଚିକିତ୍ସା ସୁବିଧା ମିଳିବ ବୋଲି ଘୋଷଣା କଲେ। ଖାଲି ସେତିକି ନୁହେଁ ଆୟୁଷ୍ମାନ ଭାରତ ଯୋଜନା ବି ଓଡ଼ିଶାରେ ଲାଗୁ ହେଲାନି। ଏବେ ଘରୋଇ ମେଡ଼ିକାଲରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ନମିଳିବାରୁ ବିରୋଧୀ ସିଧା ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ଏସବୁର ଜବାବ ରଖିଛି ବିଜେଡି ।

ଘରୋଇ ଡାକ୍ତରଖାନା ସେବା ବନ୍ଦ  କରିବା ପରେ ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭିତ୍ତିଭୂମି ଓ ଆବଶ୍ୟକ ଚାକ୍ତର ନଥିବାରୁ ସରକାରୀ ଡାକ୍ତରଖାନାରେ  ସେମାନଙ୍କୁ ସେବା ଯୋଗାଇ ହେବ ତ ?

   Related Posts