ପଞ୍ଜାବ ସୀମାରେ ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ସେନା ଗୁଳିରେ ଟଳିଲେ ୫ ପାକିସ୍ତାନ ଅନୁପ୍ରବେଶକାରୀ

Published By : Prameya-News7 Bureau | August 22, 2020 IST

ଚଣ୍ଡିଗଡ ୨୨।୦୮: ପଞ୍ଜାବ ସଂଲଗ୍ନ ପାକିସ୍ତାନ ସୀମାରେ ସୁରକ୍ଷାବଳ ପାଞ୍ଚ ଅନୁପ୍ରବେଶକାରୀଙ୍କୁ ନିପାତ କରିଛନ୍ତି। ତରନ ତାରନର ଖେମକରନରେ ସୀମା ସୁରକ୍ଷା ବଳ(ବିଏସଏଫ) ଏହି ବଡ କାର୍ଯ୍ୟାନୁଷ୍ଠାନ କରିଛନ୍ତି। ସୂଚନା ଅନୁଯାୟୀ ଅନୁପ୍ରବେଶକାରୀଙ୍କ ଉପରେ ସେନାର ଏହି କାର୍ଯ୍ୟାନୁଷ୍ଠାନ ଶନିବାର ଭୋର ସକାଳୁ ହୋଇଛି। ପୂରା ଇଲାକାରେ ସର୍ଚ୍ଚ ଅପରେସନ ଜାରି ରହିଛି।

ବିଏସଏଫର ୧୦୩ ବାଟାଲିୟନର ଯବାନ ଭାରତ-ପାକିସ୍ତାନ ସୀମା ନିକଟସ୍ଥ ଡଲ ସୀମା ପୋଷ୍ଟରେ ସନ୍ଦିଗ୍ଧ ଗତିବିଧି ଦେଖିବାକୁ ପାଇଥିଲେ। ଏହା ପରେ ଭୋର ସକାଳ ପ୍ରାୟ ୪ଟା ୪୫ ମିନିଟ୍‌ରେ ଯବାନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ପରେ ସେନା ଗୁଳିରେ ଅନୁପ୍ରବେଶକାରୀ ଟଳି ପଡିଥିଲେ। ଯବାନ ଅନୁପ୍ରବେଶକାରୀଙ୍କ ଶବ ଜବତ କରିଛନ୍ତି। ସଂପ୍ରତି ସର୍ଚ୍ଚ ଅପରେସନ ଜାରି ରହିଛି। ଏନକାଉଣ୍ଟର ପରେ ଏକେ-୪୭ ଏବଂ ଦୁଇଟି ପିସ୍ତଲ ଜବତ ହୋଇଛି।

wp:html /wp:html

ଉଲ୍ଲେଖଯୋଗ୍ୟ, ସୀମା ସୁରକ୍ଷା ବଳଙ୍କ ସତର୍କ କାରଣରୁ ପାକିସ୍ତାନ ପକ୍ଷରୁ ସର୍ବଦା ହେଉଥିବା ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇ ଆସିଛି। ପଞ୍ଜାବରେ ଆତଙ୍କବାଦୀଙ୍କ ଗତିବିଧି ବଢାଇବା ସହିତ ନିଶା କାରବାର ପାଇଁ ମଧ୍ୟ ଅନୁପ୍ରବେଶ ପ୍ରୟାସ କରାଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.