ସୀମାରେ ଉତ୍ତେଜନା ସମୟରେ ଆହୁରି ମଜବୁତ ହେବ ବିଏସଏଫ: ବଦଳିବ ରଣନୀତି, ମିଳିବ ୪୩୬ ଡ୍ରୋନ ଓ ଆଣ୍ଟି ଡ୍ରୋନ ସିଷ୍ଟମ

Published By : Prameya-News7 Bureau | August 23, 2020 IST

ନୂଆଦିଲ୍ଲୀ ୨୩।୦୮: ରାକେଶ ଆସ୍ଥାନାଙ୍କ ସୀମା ସୁରକ୍ଷା ବଳ(ବିଏସଏଫ)ର ପୂର୍ଣ୍ଣକାଳୀନ ମହାନିର୍ଦ୍ଦେଶକ ଭାବେ ପଦଭାର ସମ୍ଭାଳିବା ପରେ ବିଏସଏଫରେ ବୈଷୟିକ ଭାବେ ଢାଞ୍ଚାଗତରେ ପରିବର୍ତ୍ତନ  ଆରମ୍ଭ ହୋଇ ଯାଇଛି। ଏହି ଆଧାରରେ ବିଏସଏଫ ପାଇଁ ୪୩୬ ଛୋଟ ଏବଂ ସୂକ୍ଷ୍ମ ଡ୍ରୋନ, ଭାରତ-ପାକିସ୍ତାନ ସୀମାରେ ଆଣ୍ଟି ଡ୍ରୋନ ସିଷ୍ଟମ ପାଇଁ ମଞ୍ଜୁରୀ ଦିଆଯାଇଛି। ଏହି ସିଷ୍ଟମ ପଞ୍ଜାବ, ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ପାଇଁ ଅସ୍ତ୍ର ଶସ୍ତ୍ର ପରିବହନ କରୁଥିବା ଡ୍ରୋନକୁ ମଧ୍ୟ ମାରି ତଳେ ଖସାଇବାକୁ ସକ୍ଷମ।

ବ୍ୟାପକ ଏକୀକୃତ ସୀମା ପ୍ରବନ୍ଧନ(CIBM) ଯୋଜନା ଆଧାରରେ ପାକିସ୍ତାନ ଓ ବାଂଲାଦେଶ ସଂଲଗ୍ନ ସୀମାରେ ବିଏସଏଫ ଦ୍ଵାରା ସଞ୍ଚାଳିତ ସମସ୍ତ ୧୯୨୩ ସୀମା ପୋଷ୍ଟକୁ ସେନସର, ସିସିଟିଭି ଓ ଡ୍ରୋନ ଫିଡରେ ସୁସଜ୍ଜିତ କରାଯିବ। ଯାହା ଫଳରେ ୧୫୦୦ ଶିବିର ସୀମାର ରେକି କରିବା ଏବଂ ଆଣ୍ଟି ଡ୍ରୋନ ସିଷ୍ଟମର ବ୍ୟବହାର କରିବାରେ ସକ୍ଷମ ହେବେ।

ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଛୋଟ ଓ ସୂକ୍ଷ୍ମ ଡ୍ରୋନର ମୂଲ୍ୟ ୮୮ କୋଟି ଟଙ୍କା ରହିଛି। ସୁରକ୍ଷା ଏଜେନ୍ସିର ସାହାଯ୍ୟରେ ବିଏସଏଫ ବର୍ତ୍ତମାନ ସମ୍ବେଦନଶୀଳ ପଞ୍ଜାବ ସୀମାରେ ସ୍ଵଦେଶୀ ଆଣ୍ଟି ଡ୍ରୋନ ସିଷ୍ଟମର ପରୀକ୍ଷଣ କରୁଛି। ଗତ ଏକ ବର୍ଷରେ ପାକିସ୍ତାନରେ ଖଲିସ୍ତାନ ଆତଙ୍କବାଦୀ ଓ ଜାମ୍ମୁ-କାଶ୍ମୀରରେ ଜିହାଦିଙ୍କୁ ରାଇଫଲ, ପିସ୍ତଲ ଓ ଗ୍ରେନେଡ ପହଞ୍ଚାଇବା ପାଇଁ ଚୀନ ଡ୍ରୋନର ବ୍ୟବହାର କରାଯାଉଛି। ଏହାକୁ ବିଏସଏଫ ଯବାନ ଅନେକ ଥର ପଣ୍ଡ କରି ସାରିଲେଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.