କରୋନାରେ ପ୍ରାଣ ହରାଇଲେ ବିଏସ୍‌ଏଫ୍ ଜବାନ, ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଜବାନଙ୍କ ଗର୍ଭବତୀ ପତ୍ନୀ

Published By : Prameya-News7 Bureau | July 26, 2020 IST

ସୋର ୨୬।୭: କୁପୱାଡା ଆତଙ୍କବାଦୀଙ୍କ ବିରୋଧରେ ଯୁଦ୍ଧରେ ଜିତି କରୋନାରେ ହାରିଗଲେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ ବାଜିପୁର ଗ୍ରାମରେ ।

{"id":305535,"sizeSlug":"large"}

ସୂଚନା ଅନୁସାରେ ବାଜିପୁର ଗାଁର ପ୍ରଭାକର ଘଡେଇଙ୍କ ଏକମାତ୍ର ପୁଅ କୈଳାସ ଚନ୍ଦ୍ର ଘଡେଇ ବିଏସଏଫ ଜବାନ ଭାବେ ୨୦୧୧ ମସିହାରେ ସେନାରେ ଯୋଗଦେଇଥିଲେ । ବେଙ୍ଗାଲୁରୁରେ ଟ୍ରେନିଂ ସାରି ଭାରତର ବିଭିନ୍ନ ସ୍ଥାନରେ ସୈନିକଭାବେ କାର୍ଯ୍ୟ କରୁଥିଲେ ।

{"id":305536,"sizeSlug":"large"}

ପରେ ସେ ଛତିଶଗଡରେ ବିଏସଏଫ ୧୯୩ ବାଟାଲିଆନରେ କାର୍ଯ୍ୟରତ ଥିଲେ । ୧୮ ଜୁଲାଇରେ କୈଳାସ କରୋନା ଆକ୍ରାନ୍ତ ହୋଇ ଡ. ଭିମରାଓ ଆମ୍ବେଦକର ଡାକ୍ତରଖାନାରେ ଛତିଶଗଡରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କର ୨୩ ଜୁଲାଇରେ ମୃତ୍ୟୁ ହୋଇଯାଇଛି ।

{"id":305537,"sizeSlug":"large"}

କେବଳ ସେତିକି ନୁହେଁ ତାଙ୍କ ପାଖରେ ରହୁଥିବା ତାଙ୍କ ଗର୍ଭବତୀ ପତ୍ନୀ ପ୍ରତିଭା ମଧ୍ୟ କରୋନାରେ ଆକ୍ରାନ୍ତ ହେବାପରେ ବର୍ତ୍ତମାନ ଭିଲାଇ ସ୍ଥିତ ଶଙ୍କରାଚାର୍ଯ୍ୟ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.