Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଏସଏଫ ଜବାନ ଦେଇପାରିଲେନି ପର୍ସନାଲ ଲୋନର ଗୋଟିଏ କିସ୍ତି, ଘରୁ ଘୋଷାଡି ପିଟିଲେ ଫାଇନାନ୍ସ କମ୍ପାନୀ ଗୁଣ୍ଡା

4/09/2019 at 10:07 PM

ନୂଆଦିଲ୍ଲୀ : ଦେଶର ସୀମା ସୁରକ୍ଷା ଦାୟିତ୍ୱରେ ଥିବା ଜବାନ ଫାଇନାନ୍ସ କମ୍ପାନୀର କିସ୍ତି ଭରି ନ ପାରିବାରୁ ଗୁଣ୍ଡାଙ୍କ ରୋଷର ଶିକାର ହୋଇଛନ୍ତି। ଫାଇନାନ୍ସ କମ୍ପାନୀ ଗୁଣ୍ଡାମାନେ ତାଙ୍କୁ ଘରୁ ଘୋଷାଡି ନେଇ ନିସ୍ତୁକ ମାଡ ମାରିଛନ୍ତି। ଫଳରେ ଜବାନ ଗୁରୁତର ଆହତ ହୋଇଥିବା ବେଳେ ଏବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣା ଦିଲ୍ଲୀ ଦ୍ୱାରକା ଅଞ୍ଚଳର। ଏଠାରେ ରହୁଥିବା ବିଏସଏଫ ୧୩୭ ବଟାଲିୟନର ଜବାନ ପବନ କୁମାର ଇଣ୍ଡିଆ ବୁଲସ୍ ନାମକ ଏକ ଫାଇନାନ୍ସ କମ୍ପାନୀଠାରୁ ୫ ଲକ୍ଷ ଟଙ୍କା ପର୍ସନାଲ ଲୋନ ନେଇଥିଲେ। ଏଥିଲାଗି ତାଙ୍କ ଦରମାରୁ ମାସିକ ୧୯ହଜାର ୫୬୧ ଟଙ୍କା କଟିଯାଉଥିଲା। ତେବେ ଅସୁସ୍ଥତା କାରଣରୁ ପବନ ଗତ ମେ ୨୧ ତାରିଖରୁ ୨ ମାସ ଛୁଟିରେ ଥିଲେ। ତେବେ ତାଙ୍କ ମେଡିକାଲ ଲିଭ ଆପ୍ରୁଭ ହୋଇ ନଥିବାରୁ ଦମରା ଅଟକି ଯାଇଥିଲା। ଏଣୁ ଫାଇନାନ୍ସ କମ୍ପାନୀର କିସ୍ତି ଭରିବା ଲାଗି ରିକୋଭରି ଡିପାର୍ଟମେଣ୍ଟ ବାରମ୍ବାର ଫୋନ କରୁଥିଲେ।

ତେବେ ଗତ ଅଗଷ୍ଟ ୨୯ ତାରିଖ ଦିନ ସେ ଘରୁ କାର୍ଯ୍ୟାଳୟକୁ ଯିବା ବେଳେ ଅଚାନକ ଫାଇନାନ୍ସ କମ୍ପାନୀର ଗୁଣ୍ଡାମାନେ ତାଙ୍କ ଘରେ ପହଞ୍ଚି ତାଙ୍କୁ ମାରପିଟ କରିଥିଲେ। ସେ ଏହାର ମୁକାବିଲା କରିବାରୁ ତାଙ୍କୁ ଘରୁ ବାହାରକୁ ଘୋଷାଡି ନେଇ ତାଙ୍କ ଲାଠିରେ ତାଙ୍କୁ ନିସ୍ତୁକ ପିଟିଥିଲେ। ଫଳରେ ପବନ ଗୁରୁତର ଆହତ ହୋଇଥିବା ବେଳେ ଏ ନେଇ ସେ ପୋଲିସରେ ରୁଜୁ କରିଥିବା ଏତଲା ଆଧାରରେ ପୋଲିସ ଗୁଣ୍ଡାମାନଙ୍କୁ ଗିରଫ କରିଥିବା ବେଳେ ସେମାନେ ବେଲରେ ମୁକୁଳିଯାଇଛନ୍ତି। ଯାହା ଏବେ ଚିନ୍ତାର କାରଣ ପାଲଟିଛି। ତେବେ ଗୁଣ୍ଡା ଜାମିନରେ କିପରି ମୁକୁଳିଲେ ବୋଲି ପୋଲିସ ପ୍ରଶ୍ନର ସମ୍ମୁଖୀନ ହୋଇଥିବା ବେଳେ ଆଉଥରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଥାନା ଅଧିକାରୀ କହିଛନ୍ତି।

   Related Posts