Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ବକରିଦ ଅବସରରେ ମହାନତା ଦେଖାଇଲା ଭାରତ, ଅଟାରୀ-ୱାଘା ବର୍ଡରରେ ପାକିସ୍ତାନ ସେନାକୁ ମିଠା ପ୍ରଦାନ କଲେ ବିଏସଏଫ ଅଧିକାରୀ

21/07/2021 at 6:47 PM

ନୂଆଦିଲ୍ଲୀ ୨୧/୦୭ : ଦେଶରେ ଆଜି ବକରିଦ ପର୍ବ ପାଳନ କରାଯାଉଛି। କରୋନା କଟକଣା ଯୋଗୁଁ ସହରର ମସଜିଦଗୁଡିକରେ ଅଧିକ ଭିଡ଼ ଦେଖିବାକୁ ମିଳିନଥିଲା। ଲୋକେ ନିଜ ଘରେ ନମାଜ ପଢିଥିଲେ। ଏଥି ସହିତ ଭାରତ-ପାକିସ୍ଥାନ ସୀମାରେ ବିଏସଏଫ ଅଧିକାରୀମାନେ ପାକିସ୍ତାନୀ ସେନାର ଅଧିକାରୀମାନଙ୍କୁ ମିଠା ପ୍ରଦାନ କରିଥିଲେ।

ବକରିଦ ପର୍ବ ଅବସରରେ ଅଟାରୀ-ୱାଘା ସୀମାରେ ଭାରତୀୟ ସାମରିକ ବାହିନୀ ବିଏସଏଫ ଅଧିକାରୀମାନେ ପାକିସ୍ତାନ ସେନା ବାହିନୀର ଅଧିକାରୀଙ୍କୁ ମିଠା ପ୍ରଦାନ କରିଥିଲେ। ଏହା ସହିତ ପାକିସ୍ତାନ ସେନା ମଧ୍ୟ ବିଏସ୍ଏଫ୍ ଅଧିକାରୀଙ୍କୁ ମିଠା ଏବଂ ଫଳ ମଧ୍ୟ ପ୍ରଦାନ କରିଥିଲେ।

ଭାରତ ଓ ପାକିସ୍ତାନ ସୀମାର ପର୍ବ ପର୍ବାଣିରେ ମିଠା ଆଦାନ ପ୍ରଦାନ ହୋଇଥାଏ। ଭାରତ-ବାଂଲାଦେଶ ସୀମାରେ ଥିବା ଫୁଲବାରୀରେ ବିଏସଏଫ ୫୧ ବାଟାଲିୟନ ଏବଂ ବର୍ଡର ଗାର୍ଡ ବାଂଲାଦେଶ ୧୮ ମଧ୍ୟରେ ବି ମିଠା ବିନିମୟ ହୋଇଥିଲା।

ରାଜସ୍ଥାନରେ ପାକିସ୍ତାନ ସୀମାରେ ବିଏସଏଫ ଏବଂ ପାକିସ୍ତାନ ରେଞ୍ଜର୍ସଙ୍କ ମଧ୍ୟରେ ବି ମିଠା ବିନିମୟ ହୋଇଥିଲା।

   Related Posts