ମାଓଗଡରେ ପୁଣି ବିଏସଏଫ ଯବାନ ବଞ୍ଚାଇଲେ ଜୀବନ

Published By : Prameya-News7 Bureau | December 26, 2019 IST

ମାଲକାନାଗିରି୨୬/୧୨:  ମାଓଗଡରେ ପୁଣି ବିଏସଏଫ ଯବାନଙ୍କ ବଦାନ୍ୟତା । ବିଏସଏଫ୍ ଯବାନଙ୍କ ଯେ।ଗୁଁ ନୂଆ ଜୀବନ ଫେରିପାଇଛନ୍ତି ଜଣେ ଯୁବକ । ମାଲାକାନାଗିରି ଜିଲ୍ଲା ଚିତ୍ରକେ।ଣ୍ଡା ବିଚ୍ଛିନାଞ୍ଚଳରେ ପେ।ଲିସ ପାଦ ଥାପିବା ପରେ କିଛିମାତ୍ରାରେ ଦୂର ହୋଇଛି ଆଦିବାସୀ ଲୋକଙ୍କ ଦୁଖଃ,ଦୁର୍ଦଶା ।  

ନିକଟରେ ମାଓଗଡରେ ଜଣେ ଗର୍ଭବତୀ ମହିଳାଙ୍କ ୧୨କିଲେ।ମିଟର କାନ୍ଧରେ ବେ।ହି ଡାକ୍ତରଖାନା ପହଞ୍ଚାଇଥିଲେ ବିଏସଏଫ ଯବାନ । ଆଜି ଜଣେ ଯୁବକଙ୍କ ପ୍ରାଣ ବଞ୍ଚାଇ ପୁଣି ଥରେ ମାନବିକତାର ପରିଚୟ ଦେଇଛନ୍ତି ବିଏସଏଫ ଯବାନ । ମାଓଗଡ ଭାବେ ପରିଚିତ ଚିତ୍ରକୋଣ୍ଡା ବଚ୍ଛିନ୍ନାଞ୍ଚଳର ହନ୍ତାଳଗୁଡାରେ ପିଲକୁ ଗୋଲରି ନାମକ ଜଣେ ଯୁବକ ଗୁରୁତର ଭାବେ ଅସୁସ୍ଥ ହେ।ଇପଡିଥିଲେ । ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ବି.ଏସ.ଏଫ ଯବାନ ମାନେ ତାଙ୍କୁ ଉଦ୍ଧାର କରି ବିଜୁ ହେଲଥ୍ ଏକ୍ସପ୍ରେସ ବସରେ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ପହଞ୍ଚି ଡାକ୍ତରି ଚିକିତ୍ସା ପାଇବା ପରେ ସୁସ୍ଥ  ହୋଇଛନ୍ତି ପିଲକୁ । ପୂର୍ବରୁ ବିଚ୍ଛିନ୍ନାଞ୍ଚଳ ଲୋକଙ୍କ ପାଖରେ ଠିକ ଭାବେ ସ୍ବାସ୍ଥ୍ୟ ସେବା ପହଞ୍ଚି ପାରିନଥିବା ବେଳେ ଅନେକ ଲୋକ ଅକାଳରେ ପ୍ରାଣ ହରାଇଛନ୍ତି । କିନ୍ତୁ ବିଏସଫ୍ ଯବାନଙ୍କ ଯେ।ଗୁଁ ନୂଆ ଜୀବନ ପାଇଛନ୍ତି ପିଲକୁ । ଆଉ ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ବି.ଏସ.ଏଫ ଯବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା।

ଗୁରୁପ୍ରିୟା ସେତୁ ହେବା ପରେ ବଦଳିଛି ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଚିତ୍ର । ଦୀର୍ଘ ୭ ଦଶନ୍ଧି ଧରି କୌଣସି ମନ୍ତ୍ରୀ କିମ୍ବା ଯନ୍ତ୍ରୀଙ୍କ ପାଦ ବିଚ୍ଛିନ୍ନାଞ୍ଚଳରେ ପଡିନଥିଲା । ତେବେ ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପର ଠାରୁ ଘନ ଘନ ଚିତ୍ରକୋଣ୍ଡା ଗସ୍ତ କରୁଛନ୍ତି ଅନେକ ମନ୍ତ୍ରୀ ଓ ସରକାରୀ ଅଧିକାରୀ । ଆଉ ଏହାରି ଭିତରେ ଆଦିବାସୀ ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ବିଚ୍ଛିନ୍ନାଞ୍ଚଳରେ ସ୍ଥାପନ ହୋଇଛି ୪ଟି ବି.ଏସ.ଏଫ କ୍ୟାମ୍ପ । ଏହା ସହ ସ୍ବାଭିମାନ ଅଞ୍ଚଳର ଆଦିବାସୀ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ଲାଗି ଜିଲ୍ଲା ପ୍ରଶାସନ ଆରମ୍ଭ କରି ବିଜୁ ହେଲଥ୍ ଏକ୍ସପ୍ରେସ । ଯାହା ପ୍ରତିଦିନ ତିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଯନ୍ତାପାଇ ପର୍ଯ୍ୟନ୍ତ ଲୋକଙ୍କୁ ମାଗଣାରେ ନେବା ଆଣିବା କରୁଛି । ଯାହା ପିଲକୁ ଗୋଲରି ପରି ଯୁବକଙ୍କୁ ନୁଆ ଜିବନ ଦେଇଛି ବୋଲି କହିଛନ୍ତି ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ । 

ଦିନେ ଲାଲ୍ ଗଡରେ ପୋଲିସ, ଯବାନଙ୍କୁ ଦେଖିଲେ ଆଦିବାସୀ ଲୋକେ ଭୟଭୀତ ହେଉଥିଲେ । କିନ୍ତୁ ଏବେ ବଦଳିଛି ତିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଚିତ୍ର ଆଉ ବଦଳିଛି ଆଦିବାସି ଲୋକଙ୍କ ପରିଭାଷା । ସରକାରଙ୍କ ଏପରି ଉଦ୍ୟମ ଯେ ଦିନେ ବିଚ୍ଛିନ୍ନାଞ୍ଚଳରେ ନକ୍ସଲ ସମସ୍ୟା ଦୁର କରିବ ଏଥିରେ ସନ୍ଦେହ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.