ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ବିଏସଏଫ ଜବାନ ପିଟିପିଟି ହତ୍ୟା କରିଥିବା ଅଭିଯୋଗ

Published By : Prameya-News7 Bureau | September 15, 2019 IST

ମାଲକାନଗିରି ୧୫।୯: ମାଲକାନଗିରି ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ବିଏସଏଫ ଜବାନଙ୍କ ବିରୋଧରେ ସଂଗୀନ ଅଭିଯୋଗ । ସାପ୍ତାହିକ ହାଟକୁ ଆସିଥିବା ଜଣେ ଆଦିବାସୀଙ୍କୁ ବିଏସଏଫ ଜବାନ ପିଟି ପିଟି ମାରି ଦେଇଥିବା ଭଳି ସଂଗୀନ ଅଭିଯୋଗ ହୋଇଛି । ଅଙ୍ଗନଓ୍ବାଡି କେନ୍ଦ୍ରରୁ ମୃତଦେହ ଉଦ୍ଧାର ପରେ ଥାନା ଘେରାଉ କରିଛନ୍ତି ସ୍ଥାନୀୟ ଲୋକେ ।

{"id":157851}

ସୂଚନାଯୋଗ୍ୟ ଯେ, ମାଲକାନଗିରି ଧୁଳିପୁଟ ପଞ୍ଚାୟତ ରାଙ୍ଗିନିଗୁଡା ଗାଁର ରାଜୁ ହନ୍ତାଳ ଗତ ଶୁକ୍ରବାର ନିଜ ଦୁଇ ଝିଅଙ୍କ ସହ ଯନ୍ତାପାଇ ହାଟକୁ ଯାଇଥିଲେ । ସେଠାରୁ ତାଙ୍କୁ ୨ଜଣ ବିଏସଏଫ ଜବାନ ରାଜୁଙ୍କୁ ଡାକି ନେଇଥିବା ଅଭିଯୋଗ କରିଛନ୍ତି ତାଙ୍କ ଝିଅ । ଶୁକ୍ରବାରଠାରୁ ସେ ନିଖୋଜ ଥିବାବେଳେ ଗତକାଲି ରାତିରେ ପରିବାର ଲୋକେ ଖୋଜି ଖୋଜି ଯନ୍ତାପାଇ ଅଙ୍ଗନଓ୍ବାଡି କେନ୍ଦ୍ରରେ ରାଜୁଙ୍କ ମୃତଦେହ ଦେଖିଥିଲେ ।

{"id":157852}

ରାଜୁଙ୍କ ଦେହରେ ଅନେକ କ୍ଷତ ଚିହ୍ନ ଥିବା ମଧ୍ୟ ଦେଖିବାକୁ ମିଳିଛି । ରାଜୁ ହନ୍ତାଳଙ୍କୁ ବିଏସଏଫ ଜବାନମାନେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ବଡପଡା ଥାନା ପୋଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆଣିଛି । ଏପଟେ ଗାଁ ଲୋକେ ଘଟଣାର ତଦନ୍ତ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.