ଓଟମାନଙ୍କ ପିଠିରେ ବସି ଯୋଗ କଲେ ବିଏସଏଫ୍‌ ଯବାନ, ସୋସିଆଲ ମିଡିଆରେ ତୀବ୍ର ନିନ୍ଦା କଲେ ୟୁଜର

Published By : Prameya-News7 Bureau | June 22, 2021 IST

ଜୟପୁର ୨୨/ ୦୬ : ଗତକାଲି ଶେଷ ହୋଇଛି ଆନ୍ତର୍ଜାତୀୟ ଯୋଗ ଦିବସ । ଯୋଗ ଦ୍ବାରା ବିଭିନ୍ନ ଶାରୀରିକ ସମସ୍ୟା ଦୂର ହୋଇଥାଏ । କିନ୍ତୁ ରାଜସ୍ଥାନରେ ବିଏସଏଫ୍ ଟିମ ଓଟ ମାନଙ୍କ ପିଠିରେ ବସି ଯୋଗାସନ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ ସମାଲଚୋନାତ୍ମକ ପ୍ରତିକ୍ରିୟା ପ୍ରକାଶ ପାଇଛି । ଯବାନମାନେ ଓଟମାନଙ୍କ ପିଠିରେ ବସି ଯୋଗକରୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଓଟଗୁଡିକର ଗୋଡ ବନ୍ଧା ଯାଇଥିବା ଏବଂ ଶୋଇଥିବା ବେଳେ ବିଏସଏଫ୍ ଯବାନମାନେ ସେମାନଙ୍କ ଉପରେ ବସି ଯୋଗ କରୁଛନ୍ତି ।

ଘଟଣାକୁ ନେଇ ସୋସିଆଲ ମିଡିଆରେ ବେଶ ପ୍ରତିକ୍ରିୟା ପ୍ରକାଶ ପାଇଛି । ବରିଷ୍ଠ ସାମ୍ବାଦିକ ଓମ୍ ଥାନବୀ ଏହି ଘଟଣାର ଦୃଢ ନିନ୍ଦା କରିବା ସହିତ ଟ୍ବିଟ୍ କରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଳେଖିଛନ୍ତି, ‘ ନିର୍ଦ୍ଦୟ ଯୋଗ ! ଓଟର ଗୋଡ ବାନ୍ଧି ଜମିରେ ସୁଆଇବା ,ବଂ ସେମାନଙ୍କ ପିଠିରେ ବସି ଯୋଗସନ କରିବା ଯୋଗ ନୁହେଁ ବରଂ କ୍ରୁରତା ଭରା ଅତ୍ୟାଚାର ।’

wp:embed {"url":"https://twitter.com/omthanvi/status/1406908887832285188","type":"rich","providerNameSlug":"twitter","responsive":true,"className":""}
https://twitter.com/omthanvi/status/1406908887832285188
/wp:embed

ଘଟଣା​‌ରେ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସୋସିଆଲ ମିଡିଆରେ ଦାବି କରିଛନ୍ତି ୟୁଜର । ଜଣେ ବ୍ୟବହାରକାରୀ ଲେଖିଛନ୍ତି, ନିରୀହ ପ୍ରାଣୀମାନଙ୍କୁ ଏପରି ନିର୍ଦୟ ଭାବେ ବ୍ୟବହାର କରିଥିବାରୁ ପିଏମଓ ଏଥିପାଇଁ ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ କି ?

ଏହାକୁ ନେଇ ବିଏସଏଫର ଅବସର ପ୍ରାପ୍ତ ଅଧିକାରୀ ଏବିଏମ ଶର୍ମା କହିଛନ୍ତି, ଓଟ ଏବଂ ଏହାର ସଞ୍ଚାଳକମାନଙ୍କୁ ବିଭିନ୍ନ କାର୍ଯ୍ୟ କରିବା ପାଇଁ ପ୍ରଶିକ୍ଷଣ ଦିଆଯାଇଥାଏ । ତେଣୁ ଏଭଳି ଘଟଣାକୁ ବିବାଦ ମଧ୍ୟକୁ ନନେଇ ଆନନ୍ଦ ନିଆଯିବା ଉଚିତ । କିନ୍ତୁ ଏମାନଙ୍କୁ ନେଇ ଷ୍ଟଣ୍ଟ କରିବା ନିହାତି ଭାବେ ଅପରାଧ ପରିସରଭୁକ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.