ନିଜ ସର୍ଭିସ୍ ରିଭଲଭରରୁ ଗୁଳିଚଳାଇ ବିଏସ୍‌ଏଫ୍ ଯବାନଙ୍କ ଆତ୍ମହତ୍ୟା

Published By : Prameya-News7 Bureau | August 05, 2020 IST

ମାଲକାନଗିରି ୫।୮: ନିଜ ସର୍ଭିସ୍ ରିଭଲଭରରୁ ଗୁଳି ଚଳାଇ ବିଏସ୍‌ଏଫ୍ ଯବାନଙ୍କ ଆତ୍ମହତ୍ୟା । ମଙ୍ଗଳବାର ମଧ୍ୟରାତ୍ରିରେ ଏଭଳି ଅଘଟଣ ଘଟିଛି । ମୃତ ଯବାନ ହେଉଛନ୍ତି ଚିତ୍ରକୋଣ୍ଡା ବିଏସଏଫ କ୍ୟାମ୍ପର ଯବାନ ଶେଷ କର୍ଣ୍ଣ ।

ଯବାନ ଜଣଙ୍କ ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସେ ଚିତ୍ରକୋଣ୍ଡା ୯ ନମ୍ବର ବାଟାଲିୟନରେ କାର୍ଯ୍ୟରତ ଥିଲେ । ଯବାନଙ୍କ ଘର ରାଜସ୍ଥାନ । ତେବେ ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.