ନିଜ ମୃତ୍ୟୁକୁ ଆଗୁଆ ଜାଣି ସାରିଥିଲେ ଏହି ଜବାନ : ପତ୍ନୀଙ୍କୁ ଫୋନ କରି କହିଲେ ଏହିଭଳି କଥା

Published By : Prameya-News7 Bureau | June 29, 2019 IST

କାଶଗଞ୍ଜ ୨୯/୬ : ଉତ୍ତର ପ୍ରଦେଶ କାଶଗଞ୍ଜର ଜଣେ ସେନା କର୍ମଚାରୀ ମେଘାଳୟରେ ନିୟୋଜିତ ହୋଇଥିଲେ । ରୋଗ କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସୈନିକ ସମ୍ମାନ ସହ ତାଙ୍କର ପୈତୃକ ଗାଁରେ ତାଙ୍କର ଶବ ସତ୍କାର କରାଯାଇଥିଲା । ସେନା ଅଧିକାରୀ ତାଙ୍କୁ ଶେଷ ସଲାମି ଦେଇଥିଲେ । ରବୀନ୍ଦ୍ର କୁମାର ସିକନ୍ଦରପୁର ବିଏସଏଫରେ କ୍ଲାର୍କ ଭାବେ ନିୟୋଜିତ ହୋଇଥିଲେ । ଜୁନ ୨୬ ତାରିଖରେ ହଠାତ ସେ ଅସୁସ୍ଥ ହୋଇଗଲେ । ତାଙ୍କୁ ତୁରନ୍ତ ମେଘାଳୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଜୁନ ୨୭ ତାରିଖ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା । 

ରବୀନ୍ଦ୍ର କୁମାର ଶେଷଥର ପାଇଁ ହୋଲି ସମୟରେ ଛୁଟି ନେଇ ଘରକୁ ଆସିଥିଲେ । ମାର୍ଚ୍ଚ ୨୩ ତାରିଖରେ ସେ ପୁଣି ଡ୍ୟୁଟି ଜଏନ କରିଥିଲେ । ପୁଣି ଛୁଟିରେ ଘରକୁ ଆସିବେ ବୋଲି କହି ସେ ପରିବାରକୁ ବିଦାୟ ଦେଇ ଆସିଥିଲେ । ରବୀନ୍ଦ୍ର ତାଙ୍କ ଭାଇମାନଙ୍କ ମଧ୍ୟରୁ ସମସ୍ତ ଠାରୁ ବଡ ଥିଲେ । ତାଙ୍କର ୪ ବର୍ଷର ଗୋଟିଏ ଝିଅ ଅଛି ।

ରବୀନ୍ଦ୍ର ଯେତେବେଳେ ଅସୁସ୍ଥ ହୋଇଗଲେ ସେ ନିଜ ମୃତ୍ୟୁକୁ ନେଇ ସନ୍ଦେହ କରିଥିଲେ । ଜୁନ ୨୬ ତାରିଖ ସନ୍ଧ୍ୟା ୬ଟାରେ ସେ ନିଜ ପତ୍ନୀ ଆରତୀଙ୍କୁ ଫୋନ କରିଥିଲେ । ନିଜ ଝିଅର ଦେଖାଶୁଣା ଭଲ ଭାବେ କରିବ ପାଇଁ ସେ ଆରତୀଙ୍କୁ କହିଥିଲେ । ଝିଅକୁ ଭଲ ଶିକ୍ଷା ଦେବା ପାଇଁ ଏବଂ ପୁଅ ଭଳି ପାଳିବା ପାଇଁ ସେ ଆରତୀଙ୍କୁ କହିଥିଲେ । ସ୍ୱାମୀଙ୍କ ଠାରୁ ଏହିଭଳି କଥା ଶୁଣି ଆରତୀ ଚୁପ ହୋଇଯାଇଥିଲେ । ସେ ଅତ୍ୟନ୍ତ ଦୁଃଖିତ ହୋଇଯାଇଥିଲେ । ସେ ନିଜ ଶ୍ୱଶୁର ଏବଂ ଶାଶୁଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ଏଭଳି କଥା ଶୁଣି ରବୀନ୍ଦ୍ରଙ୍କ ଘରଲୋକ ତାଙ୍କୁ ସାକ୍ଷାତ କରିବ ପାଇଁ ମେଘାଳୟ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ । ଠିକ ଏତିକିବେଳେ ପୁଅର ମୃତ୍ୟୁ ଖବର ପାଇଥିଲେ ଘରଲୋକ । ପୁଅର ମୃତ୍ୟୁ ଖବର ଶୁଣି ପୁରା ପରିବାର ଭାଙ୍ଗି ପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.