ସ୍ୱାଭିମାନ ଅଞ୍ଚଳ ଗସ୍ତରେ BSF ଆଇଜି, ମାଓଦମନ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ

Published By : Prameya-News7 Bureau | November 19, 2020 IST

ମାଲକାନଗିରି ୧୯।୧୧: ମାଲକାନଗିରି ସ୍ଵାଭିମାନ ଅଞ୍ଚଳ ଗସ୍ତ କଲେ ବିଏସଏଫ୍ ଆଇଜି ମଧୁସୂଦନ ଶର୍ମା। ଗସ୍ତ ଅବସରରେ ଯବାମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି ।

{"id":364094,"sizeSlug":"large"}

ବିଏସଏଫ୍‌ ଆଇଜିଙ୍କ ଗସ୍ତ ଅବସରେ ସେ ପ୍ରଥମେ ନୂତନ ଭାବେ ନିର୍ମିତ ଟେମୁର୍ ପଲ୍ଲୀ ବିଏସଏଫ୍ କ୍ୟାମ୍ପ ବୁଲିବା ପରେ ଯବାନ ମାନଙ୍କ ସହ ଆଲୋଚନା କରିଛନ୍ତି ।ଏହାସହ ଯବାନମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ। ଏହାପରେ ହନ୍ତାଲଗୁଡା, କର୍ତ୍ତାପଳିଆ ଅଞ୍ଚଳରେ ହେଲିକପ୍ଟରରେ ଉଡାଣ ଭରିଥିଲେ। ଶ୍ରୀ ଶର୍ମାଙ୍କ ଗସ୍ତ ପରେ ଯବାନ ମାନଙ୍କ ମନୋବଳ ବଢିଥିଲା। ମାଲକାନଗିରିରେ ପହଞ୍ଚି ବିଏସଏଫ୍ ଅଧିକାରୀଙ୍କ ସହ ଵୈଠକ କରି ମାଓ ଦମନ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.