Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଭାରତ-ପାକିସ୍ତାନୀ ସୀମାରେ ସୁଡଙ୍ଗ ଠାବ, ବିଏସଏଫ ଆଇଜି କହିଲେ- ନାଗରୋଟାରେ ନିହତ ଆତଙ୍କୀ ଏହି ରାସ୍ତା ଦେଇ ଆସିଥିଲେ

22/11/2020 at 8:28 PM

ଜାମ୍ମୁ ୨୨।୧୧: ଜାମ୍ମୁ-କାଶ୍ମୀରର ସାମ୍ବା ଜିଲ୍ଲାରେ ପାକିସ୍ତାନ ସଂଲଗ୍ନ ଅନ୍ତରାଷ୍ଟ୍ରୀୟ ସୀମା ନିକଟରେ ସୀମା ସୁରକ୍ଷା ବଳ(ବିଏସଏଫ)ର ଯବାନ ଏକ ସୁଡଙ୍ଗ ଚିହ୍ନଟ କରିଛନ୍ତି। ବିଏସଏଫର ଆଇଜି ଏନଏସ ଜାମବାଲ କହିଛନ୍ତି, ଲାଗୁଛି ନାଗରୋଟ ଏନକାଉଣ୍ଟରରେ ପ୍ରାଣ  ହରାଇଥିବା ଚାରି ଆତଙ୍କୀ ଏହି ସୁଡଙ୍ଗ ଦେଇ ଭାରତୀୟ ସୀମାରେ ଅନୁପ୍ରବେଶ କରିଥିଲେ। ବିଏସଏଫ ଓ ଜାମ୍ମୁ-କାଶ୍ମୀର ପୁଲିସର ଏକ ପାଟ୍ରୋଲିଂ ଦଳ ଏହି ସୁଡଙ୍ଗ ଠାବ କରିଛନ୍ତି।

ବିଏସଏଫ ଆଇଜି କହିଛନ୍ତି, ନାଗରୋଟାରେ ନିହତ ଆତଙ୍କବାଦୀ ୩୦ ରୁ ୪୦ ମିଟରର ଏହି ଲମ୍ବା ସୁଡଙ୍ଗ ଦେଇ ଭାରତୀୟ ସୀମାରେ ପଶିଥିଲେ। ଏହା ଏକ ନୂଆଁ ସୁଡଙ୍ଗ। ଲାଗୁଛି କେହି ଜଣେ ସେମାନଙ୍କୁ ଗାଇଡ୍ କରି ହାଇଓ୍ଵେ ପର୍ଯ୍ୟନ୍ତ ନେବାରେ ସାହାଯ୍ୟ କରିଛି।

ସୁରକ୍ଷାବଳ କହିଛନ୍ତି, ଚଳିତ ସପ୍ତାହରେ ଜାମ୍ମୁ-ଶ୍ରୀନଗର ରାଜପଥ ନିକଟ ନାଗରୋଟା ଟୋଲ୍ ପ୍ଲାଜା ନିକଟରେ ଗୁଳିବିନିମୟରେ ପ୍ରାଣ ହରାଇଥିବା ଚାରି ଆତଙ୍କୀ ସାମ୍ବା ସେକ୍ଟରରେ ଅନ୍ତରାଷ୍ଟ୍ରୀୟ ସୀମା ନିକଟ ଦେଇ ଭାରତରେ ଅନୁପ୍ରବେଶ କରିଥିଲେ। ସେମାନେ ବଡ ଧରଣର ଆକ୍ରମଣ ପାଇଁ ଷଡଯନ୍ତ୍ର ରଚିଥିଲେ।

ଅଧିକାରୀ କହିଛନ୍ତି, ଶୁକ୍ରବାରଠୁ ହିଁ ସୀମାରେ ସୁଡଙ୍ଗ ନିରୋଧୀ ଅଭିଯାନ ଜାରି ରହିଛି। ଏହାରି ଆଧାରରେ ସୀମାରେ ଏମିତି ଅବୈଧ ସୁଡଙ୍ଗର ସନ୍ଧାନ କରୁଛନ୍ତି। ବିଏସଏଫ ସହିତ ଆର୍ମି ଓ ପୁଲିସର ଯବାନ ମଧ୍ୟ ଅଭିଯାନରେ ସାମିଲ ଅଛନ୍ତି।

   Related Posts