ମାଟି ଉପରେ ଫେଲ୍‌, ତଳେ ଚାଲିଛି ପ୍ଲାନ୍ : ପୁଣି ଏକ ସୁଡଙ୍ଗ ଠାବ କଲେ ସୁରକ୍ଷାକର୍ମୀ, ଲମ୍ବ ୧୫୦ ମିଟର

Published By : Prameya-News7 Bureau | January 23, 2021 IST

ଜମ୍ମୁ ୨୩/୦୧ : ଜମ୍ମୁ କାଶ୍ମୀରରେ ଲଗାତାରଭାବେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହେଉଛି । ଭାରତୀୟ ସେନାର ଦୃଢ ଜବାବ ପରେ ଏବେ ମାଟି ଉପରେ କିମ୍ବା ଜଳ ପଥ ଦେଇ ପ୍ରବେଶ କରିବାରେ ଫେଲ ମାରୁଛନ୍ତି ଆତଙ୍କୀ । ଗତ କିଛି ଦିନ ହେବ ବିଭିନ୍ନ ସ୍ଥାନରେ ସୁଡଙ୍ଗ ନିର୍ମାଣ କରି ଅନୁପ୍ରବେଶ ଉଦ୍ୟମ କରୁଛନ୍ତି ଆତଙ୍କବାଦୀ ।

ଏହାରି ମଧ୍ୟରେ ଶନିବାର ସେନା ପକ୍ଷରୁ ଗୋଟିଏ ସୁଡଙ୍ଗକୁ ଠାବ କରାଯାଇଛି । ପ୍ରାୟ ୧୫୦ ମିଟର ଲମ୍ବା ଏବଂ ୩୦ ଫୁଟ ଗହୀର ଏହି ସୁଡଙ୍ଗକୁ ରୁଟିନ୍‌ ଚେକିଂ ସମୟ​‌ରେ ଠାବ କରାଯାଇଛି । ଏହି ୧୫୦ ମିଟର ସୁଡଙ୍ଗକୁ ଜାମ୍ମୁ-କାଶ୍ଚୀରର ପଂସାର ଅଞ୍ଚଳର ବିପି ନମ୍ବର ୧୪-୧୫ ମଧ୍ୟରେ ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ, ଗତ ୬ ମାସ ମଧ୍ୟରେ ସାମ୍ବା, ହୀରାନଗର ଏବଂ କାଠୁଆ ଅଞ୍ଚଳରେ ପ୍ରାୟ ୪ଟି ସୁଡଙ୍ଗ ଚିହ୍ନଟ ହୋଇସାରିଲାଣି । ଏହା ସହ ଜାମ୍ମୁ ଅଞ୍ଚଳରେ ଗତ ୬ ମାସ ମଧ୍ୟରେ ଏଭଳି ପ୍ରାୟ ୧୦ଟି ସୁଡଙ୍ଗ ଠାବ କରାଯାଇସାରିଲାଣି । ବାରମ୍ବାର ଆତଙ୍କବଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହବା ପରେ ବର୍ତ୍ତମାନ ସେମାନେ ସୁଡଙ୍ଗ ତିଆରି କରି ଅନୁପ୍ରବେଶ ପାଇଁ ଯୋଜନା କରୁଛନ୍ତି । କିନ୍ତୁ ଭାରତୀୟ ସେନା ଏହାକୁ ଠାବ କରି ଆତଙ୍କବାଦୀଙ୍କ ରଣନୀତିକୁ ବିଫଳକରିବାରେ ସକ୍ଷମ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.