Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ଝେଲମ ନଦୀର ସୂଅରୁ ବାଳକକୁ ଉଦ୍ଧାର କଲେ ବିଏସଏଫ ଓ ଜମ୍ମ-କାଶ୍ମୀର ପୋଲିସ, ଭିଡିଓ ଭାଇରାଲ

11/08/2020 at 9:41 PM

ଶ୍ରୀନଗର, ୧୧|୦୮: ସୋମବାର ବିଏସଏଫ କନଷ୍ଟେବଳ ଅଜୟ କୁମାର ଏବଂ ଜମ୍ମୁ-କାଶ୍ମୀର ପୋଲିସର କିଛି କର୍ମଚାରୀ ଜଣେ ଶିଶୁଙ୍କୁ ଭରା ନଈରୁ ଉଦ୍ଧାର କରିଛନ୍ତି । ନିଜ ଜୀବନକୁ ବାଜି ଲଗାଇ ସେମାନେ ଭାସି ଯାଉଥିବା ଜଣେ ଶିଶୁଙ୍କୁ ଉଦ୍ଧାର କରିଛନ୍ତି ।

ଜମ୍ମୁ-କାଶ୍ମୀରର ବାରମୁଳାରେ ରହୁଥିବା ଜଣେ ଶିଶୁ ଝେଲମ ନଦୀରେ ଭାସି ଯାଉଥିଲେ । ଏହା ଦେଖିଥିଲେ ବିଏସଏଫ କନଷ୍ଟେବଳ ଅଜୟ ଓ ପୋଲିସ କର୍ମଚାରୀ ସାଜାଦ ଅହମ୍ମଦ । ଉଭୟ କିଛି ନଭାବି ଭରା ନଦୀକୁ ଡେଇଁ ଶିଶୁକୁ ଉଦ୍ଧାର କରିଥିଲେ ।

ଉଦ୍ଧାର ହୋଇଥିବା ଶିଶୁଜଣଙ୍କ ହେଲେ ସ୍ଥାନୀୟ ଅଞ୍ଚଳର ସାହିଲ ଅହମ୍ମଦ ସେଖ । ତେବେ ଏହି ଉଦ୍ଧାର ସମୟର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜର ଏହି ଭିଡିଓକୁ ଦେଖି ଯବାନଙ୍କ ସାହସକୁ ସାଲ୍ୟୁଟ୍ କରିଛନ୍ତି ।

   Related Posts