କେନ୍ଦ୍ର Budget ଲାଗି 1 ଫେବୃଆରୀରେ ଖୋଲା ରହିବ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ

Published By : Prameya-News7 Bureau | January 22, 2020 IST

ମୁମ୍ବାଇ ୨୨।୧: ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସଇ) ପକ୍ଷରୁ ବୁଧବାର ଜାରି ଏକ ସର୍କୁଲାରରେ ସବୁଦିନ ଭଳି ୧ ଫେବୃଆରୀ ଶନିବାର ମଧ୍ୟ ନିୟମିତ କାରବାର ହେବ ବୋଲି ସୂଚିତ କରାଯାଇଛି । ଏଦି ହିନ ସଂସଦରେ ବଜେଟ୍ ଉପସ୍ଥାପନ ହେବ। ତେବେ ଏଥିଯୋଗୁ କାରବାର ପ୍ରଭାବିତ ହେବ ନାହିଁ ସର୍କୁଲାରେ କୁହାଯାଇଛି।

{"id":214657,"sizeSlug":"large"}

ସାଧାରଣତଃ ଶନିବାର ଓ ରବିବାର ଷ୍ଟକ୍ ମାର୍କେଟ୍ ବନ୍ଦ ରହିଥାଏ। ତେବେ କେବଳ କିଛି ବିଶେଷ ଅବସର ଲାଗି ଶନିବାର ମାର୍କେଟ ଖୋଲିଥାଏ। ଏଣୁ ସେଦିନ ସଂସଦରେ ବଜେଟ୍ ଉପସ୍ଥାପନ ହେଉଥିବାରୁ କାରବାର ଲାଗି ମାର୍କେଟ ଖୋଲା ରହିବ ବୋଲି କୁହାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ତାରିଖ ଦିନ ସଂସଦରେ ୨୦୨୦-୨୧ ବର୍ଷ ଲାଗି ବଜେଟ ଉପସ୍ଥାପନ କରିବେ। ଏଣୁ ଖାସ ଏଥିଲାଗି ଷ୍ଟକ୍ ମାର୍କେଟ ଖୋଲା ରହିବ।

{"id":214658,"sizeSlug":"large"}

ସାଧାରଣ ଦିନ ଭଳି ଫେବୃଆରୀ ୧ ତାରିଖ ଦିନ ବିଏସଇରେ ମାର୍କେଟ ସକାଳ ୯ଟାରୁ ଅପରାହ୍ଣ ସାଢେ ୩ଟା ଯାଏ କାର୍ଯ୍ୟ କରିବ। ଚଳିତବର୍ଷ ବଜେଟ୍‌ରେ ଆର୍ଥିକ ପ୍ରଗତି ଲାଗି ବିଭିନ୍ନ ଘୋଷଣା ହେବ। ଏଣୁ ଷ୍ଟକ୍ ମାର୍କେଟ ଭାଗିଦାରମାନେ ସେଦିନ ବିଏସଇ ଖୋଲା ରଖିବାକୁ ନିବେଦନ କରିଛନ୍ତି। ସେହି ଅନୁସାରେ ଏହି ପଦକ୍ଷେପ ନିଆଯାଇଛି। ଅତୀତରେ ଅଋଣ ଜୈଟଲୀ ୨୮ ଫେବୃଆରୀ ୨୦୧୫ରେ ବଜେଟ୍ ଉପସ୍ଥାପନ କରିଥିଲେ। ସେଦିନ ମଧ୍ୟ ଶନିବାର ଥିଲା। ଏଣୁ କେନ୍ଦ୍ର ବଜେଟ୍ ଲାଗି ସେଦିନ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ କାରବାର ବି ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.