Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ସେୟାର ବଜାରରେ ମିଶ୍ରିତ ପ୍ରଭାବ : ୧୯୩ ପଏଣ୍ଟ ବଢିଲା ସେନସେକ୍ସ, ଫାର୍ମା କମ୍ପାନୀ ମାଲେମାଲ

22/04/2021 at 3:06 PM

ନୂଆଦିଲ୍ଲୀ ୨୨/୦୪ : ଭାରତରେ କରୋନା ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି । ଏହାର ପ୍ରଭାବ ସିଧାସଳଖ ସେୟାର ବଜାର ଉପରେ ମଧ୍ୟ ପଡୁଛି । ଗତ କିଛି ଦିନ ଧରି ସେୟାର ମାର୍କେଟରେ ମିଶ୍ରିତ କାରବାର ଦେଖିବାକୁ ମିଳୁଛି । ତେବେ ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ୍‌ କାରବାର ଆରମ୍ଭରୁ ୨୦୪ ଅଙ୍କ ହ୍ରାସ ପାଇ ୪୭,୫୦୧.୭୧ରେ ଖୋଲିଥିଲା । କାରବାରର କିଛି ସମୟ ପରେ ସେନ୍‌ସେକ୍ସ ୫୦୧ ପଏଣ୍ଟ ହ୍ରାସ ପାଇଁ ୪୭,୨୦୪.୫୦କୁ ଖସିଆସିଥିଲା । ଦିନ ୧୨ ଟା ପରେ ଏଥିରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ସେନସେକ୍ସ ୧୯୩ ଅଙ୍କ ବୃଦ୍ଧି ପାଇ ୪୭,୮୯୮.୧୬​‌ରେ ପହଞ୍ଚିଯାଇଥିଲା । ସେହିପରି ଏନ୍‌ଏସ୍‌ଇ ନିଫ୍ଟି କାରବାର ଆରମ୍ଭରୁ ୭୭ ପଏଣ୍ଟ ହ୍ରାସ ପାଇ ୧୪,୨୧୯.୧୫ରେ ଖୋଲିଥିଲା । ଦିନ ୧୨ ଟା ପରେ ନିଫ୍ଟି ୭୪ ଅଙ୍କ ବୃଦ୍ଧି ପାଇ ୧୪,୩୧୦.୫୫ରେ ପହଞ୍ଚିଯାଇଥିଲା ।

ସଂକ୍ରମଣ ବୃଦ୍ଧି ଯୋଗୁଁ ସେୟାର ବଜାର ବ୍ୟାପକ ପ୍ରଭାବିତ ହେଉଥିବା ବେଳେ ଫାର୍ମା ସେକ୍ଟର ଗୁଡିକରେ ଜବରଦସ୍ତ ଫାଇଦା ଦେଖିବାକୁ ମିଳିଛି । ଚଳିତ ବର୍ଷ କେବଳ ଫାର୍ମା ସେକ୍ଟରରେ ୭ ପ୍ରତିଶତ ମୁନାଫା ହୋଇଛି । ଫାର୍ମା ସେକ୍ଟରରେ ପ୍ରାୟ ୧୨ଟି ସେୟାରରେ ବୃଦ୍ଧି ଦେଖିବାକୁ ମିଳି ଛି । ଗ୍ଲେନ୍‌ମାର୍କ ସିପ୍ଲା, ଆପୋଲୋ ହସ୍ପିଟାଲ୍ସ, ସନ୍‌ ଫାର୍ମା ଆଦି କମ୍ପାନୀଗୁଡିକର ସେୟାରରେ ବୃଦ୍ଧି ଦେଖିବାକୁ ମିଳିଛି ।

ସେପଟେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ନିରୁତ୍ସାହଜନକ ରହିଛି । ଗୁରୁବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୪୫ ପଇସା ବୃଦ୍ଧି ପାଇ ୭୫.୩୩ ଟଙ୍କା ପ୍ରତି ଡଲାର ଖୋଲିଥିଲା । ମଙ୍ଗଳବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୪.୮୮ରେ ବନ୍ଦ ହୋଇଥିଲା । ରାମ ନବମୀ କାରଣରୁ ବୁଧବାର ସେୟାର ବଜାର ବନ୍ଦ ରହିଥିଲା । ମଙ୍ଗଳବାର ସେୟାର ବାଜରରେ ସେନସେକ୍ସ ୨୪୪ ପଏଣ୍ଟ ହ୍ରାସ ପାଇ ୪୭,୭୦୫.୮୦ରେ ବନ୍ଦ ହୋଇଥିଲା । ସେହିପରି ନିଫ୍ଟି ୬୩.୦୫ ଅଙ୍କ ହ୍ରାସ ପାଇ ୧୪,୨୯୬.୪୦ରେ ବନ୍ଦ ହୋଇଥିଲା ।

   Related Posts