Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ସେୟାର ବଜାରରେ ଲାଗିଲା ବ୍ରେକ୍, ଲଗାତାର ୩ଦିନର କାରବାର ପରେ ୨୫ ପଏଣ୍ଟ ହ୍ରାସ ସହ ବଜାର ବନ୍ଦ

13/01/2021 at 9:31 PM

ମୁମ୍ୱାଇ,୧୩।୧: ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସେନ୍ସେକ୍ସରେ ଗତ ତିନିଦିନର କାରବାର ପରେ  ବ୍ରେକ୍ ଲାଗିଛି । ବଜାର ତଲଉପର ହୋଇ ବୁଧବାର ୨୫ ପଏଣ୍ଟ ହ୍ରାସ ସହ ବନ୍ଦ ହୋଇଛି। ବିଶ୍ୱ ବଜାରସହ ସମନ୍ୱୟ ସତ୍ତ୍ୱେ ବ୍ୟାଙ୍କିଂ ସେକ୍ଟର ଓ ଆର୍ଥିକ  ସେବାପ୍ରଦାନକାରୀ କମ୍ପାନୀଙ୍କ ସେୟାର ମୂଲ୍ୟ ହ୍ରାସ ଯୋଗୁ ବଜାରରେ ହ୍ରାସ ଦେଖାଦେଇଛି। 

ବିଏସ୍ଇର ୩୦ଟି କମ୍ପାନୀକୁ ନେଇ କାରବାର କରୁଥିବା ସେନ୍ସେକ୍ସରେ  ବୁଧବାର  ବେପାର ସମୟରେ ୭୨୧ ଅଙ୍କ ଉପର-ତଳ ହେଇଥିଲା । ଶେଷ ଆଡ଼କୁ ଏଥିରେ ୨୪.୭୯ ଅର୍ଥାତ ୦.୦୫ ପ୍ରତିଶତ ହ୍ରାସ ହୋଇ  ସୂଚକାଙ୍କ ୪୯,୪୯୨.୩୨ରେ ବନ୍ଦ ହୋଇଛି।  ବୁଧବାର କାରବାର କାଳରେ ସେନସେକ୍ସ ଏକ ସମୟରେ ୪୯,୭୯୫.୧୯ ପଏଣ୍ଟ ସହ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଥିଲା ।

ସେପଟେ ନ୍ୟାସନାଲ ଷ୍ଟକ୍ ଏକ୍ସ ଚେଞ୍ଜ ନିଫ୍ଟି ୧.୪୦ ଅଙ୍କ ଅର୍ଥାତ ୦.୦୧ ପ୍ରତିଶତ ଅଭିବୃଦ୍ଧି ସହ   ୧୪,୫୬୪.୮୫ ଅଙ୍କରେ ପହଞ୍ଚିଛି।  ଦିନ ତମାମ କାରବାର କାଳରେ ନିଫ୍ଟି ସୂଟକାଙ୍କ ୧୪,୬୫୩.୩୫ ଫଏଣ୍ଟରେପହଞ୍ଚି ନୂଆ ରେକର୍ଡ ସୃଷ୍ଟି କରିଛି ।

   Related Posts