Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ସେୟାର ବଜାରରେ ବଡଧରଣର ହ୍ରାସ : ସେନସେକ୍ସ ୯୪୯ ଅଙ୍କ ଖସିଲା, ୧୭ ହଜାର ପଏଣ୍ଟ ତଳେ ନିଫ୍ଟି

6/12/2021 at 6:18 PM

ନୂଆଦିଲ୍ଲୀ ୦୬/୧୨ : ସେୟାର ବଜାରରେ ସୋମବାର ହ୍ରାସ ପରିଲକ୍ଷିତ ହୋଇଛି । ଦିନସାରା କାରବାର ପରେ ବିଏସ୍‌ଇ ସେନସେକ୍ସ ୯୪୯.୩୨ ଅଙ୍କ ହ୍ରାସ ପାଇ ୫୬,୭୪୭.୧୪ରେ ବନ୍ଦ ହୋଇଛି । ସେହିଭଳି ନିଫ୍ଟି ଇଣ୍ଡେକ୍ସ ୨୮୨.୮୫ ଅଙ୍କ ହ୍ରାସ ପାଇ ୧୬,୯୧୩.୮୫ ପଏଣ୍ଟରେ ବନ୍ଦ ହୋଇଛି ।

ସେନସେକ୍ସର ଟପ୍‌ ୩୦ଟି ସେୟାର ମଧ୍ୟରୁ ସମସ୍ତ ଷ୍ଟକ୍‌ ଲାଲ ସଙ୍କେତ ସହ ବନ୍ଦ ହୋଇଛି । ଇଣ୍ଡସଇଣ୍ଡ ବ୍ୟାଙ୍କ ଏବଂ ବଜାଜ ଫିନସର୍ଭର ସେୟାର ମୂଲ୍ୟ ଅହେତୁକ ହ୍ରାସ ପାଇଥିବା ପରିଲକ୍ଷିତ ହୋଇଛି । ଏହି ଦୁଇ କମ୍ପାନୀର ସେ​‌ୟାର ମୂଲ୍ୟ ପ୍ରାୟ ୩ ପ୍ରତିଶତରୁ ଅଧିକ ହ୍ରାସପାଇଛି । ଏହା ଛଡା ଭାରତୀ ଏୟାରଟେଲ, ଟିସିଏସ୍‌, ଏଚ୍‌ସିଏଲ୍‌ ଟେକ୍‌, ଟେକ୍‌ ମହିନ୍ଦ୍ରା, ଇନଫୋସିସ୍‌, ଏସିୟାନ୍‌ ପେଣ୍ଟସ୍, ମାରୁତି, NTPC, SBI, LT, HDFC ବ୍ୟାଙ୍କ, ICICI ବ୍ୟାଙ୍କ, ଟାଇଟନ୍, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ ଏବଂ ବଜାଜ ଫାଇନାନ୍ସ ସେୟାର ମୂଲ୍ୟ ବୃଦ୍ଧି ପାଇଛି ।

ସେକ୍ଟୋରିଆଲ ଇଣ୍ଡେକ୍ସ କଥା କହିବାକୁ ଗଲେ, ଆଜି ସମସ୍ତ ସେକ୍ଟର ମୂଲ୍ୟ ହ୍ରାସ ପାଇଛି । ବ୍ୟାଙ୍କ ନିଫ୍ଟି, ଅଟୋ, ଆର୍ଥିକ କାରବାର, ଏଫ୍‌ଏମ୍‌ସିଜି, ଆଇଟି, ମିଡିଆ, ମେଟାଲ, ଫାର୍ମା, ପିଏସୟୁ, ବ୍ୟାଙ୍କ, ଘରୋଇ ବ୍ୟାଙ୍କ, ହେଲଥ୍‌ କେୟାର ଏବଂ ଅଏଲ ଓ ଗ୍ୟାସ୍‌ ସମସ୍ତ କାରବାର ଲାଲ୍‌ ସଙ୍କେତ ସହ ବନ୍ଦ ହୋଇଛି ।

   Related Posts