ଚୀନ୍‌କୁ ପୁଣି କରୋନା ଫେରିବା ଡରରେ ଖସିଲା ଷ୍ଟକ୍ ମାର୍କେଟ୍, ସେନସେକ୍ସରେ ୬୪୭ ପଏଣ୍ଟ ହ୍ରାସ

Published By : Prameya-News7 Bureau | June 15, 2020 IST

ମୁମ୍ବାଇ ୧୫।୬: ଚୀନରେ ପୁଣି କରୋନା ଭାଇରସ୍ ସଂକ୍ରମଣ ସାରା ବିଶ୍ୱରେ କୋଭିଡ-୧୯ ମହାମାରୀକୁ ନେଇ ଭୟ ସଞ୍ଚାର କରିଛି। ଏହାର ପ୍ରଭାବ ସାରା ବିଶ୍ୱର ସେୟାର ବଜାର ଉପରେ ପଡିଥିବା ବେଳେ ଭାରତୀୟ ବଜାର ମଧ୍ୟ ସୋମବାର ପ୍ରଭାବିତ ହୋଇଛି। ପୂର୍ବାହ୍ନରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ କାରବାର ୧୧୦ ପଏଣ୍ଟ ତଳେ ଆରମ୍ଭ ହୋଇଥିଲା। ତେବେ ଦେଖୁ ଦେଖୁ ୬୪୭ ପଏଣ୍ଟ ହ୍ରାସ ସହ ୩୩,୧୩୩.୮୩ରେ ପହଞ୍ଚିଯାଇଛି।

{"id":286532,"sizeSlug":"large"}

ବିଏସଇ ସେନସେକ୍ସରେ ପ୍ରଭାବିତ ହୋଇଥିବା ସେୟାର ମଧ୍ୟରେ ଟାଟା ଷ୍ଟିଲ, ଏଲ ଏଣ୍ଡଟି, ଇଣ୍ଡସଇଣ୍ଡ ବ୍ୟାଙ୍କ, ଏନଟିପିସି ଓ ଆଇଟିସି ଅଛନ୍ତି। ୧୧୦ ଅଙ୍କ ହ୍ରାସରେ ଖୋଲିଥିବା ବଜାରରେ ଦେଖୁ ଦେଖୁ  ୩୦୦ ପଏଣ୍ଟ ହ୍ରାସ ହୋଇଥିଲା। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ୫୩ ପଏଣ୍ଟ ହ୍ରାସ ସହ ୯,୯୧୯.୩୫ରେ ଖୋଲିଛି। ଯଦିଓ ଏହାର ପ୍ରଭାବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଉପରେ ପଡିଛି, ତେବେ ସେୟାର ପ୍ରଭାବିତ ହୋଇନାହିଁ। ମୂଲ୍ୟ ଲଗାତାର ତଳ ଉପର ହେଉଥିବାର ଦେଖାଯାଇଛି।

{"id":286533,"width":581,"height":325,"sizeSlug":"large"}

ବଜାରରେ ଏବେ ସମସ୍ତଙ୍କ ନଜର ରିଲାଏନ୍ସ ସେୟାର ଉପରେ ରହିଛି। ତେବେ ନିକଟରେ ଜିଓ ପ୍ଲାଟଫର୍ମରେ ହୋଇଥିବା ଘୋଷଣା ଯୋଗୁ କରୋନା ମାଡ ରିଲାଏନ୍ସ ସେୟାରକୁ ପ୍ରଭାବିତ କରିପାରିନି। ତେବେ ଡଲାର ତୁଳନାରେ ଟଙ୍କା ଆଉ ୧୦ ପଇସା ଦୁର୍ବଳ ହୋଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.