ଆଜିଠୁ ମାଟ୍ରିକ୍ ପରୀକ୍ଷା : ୫ଲକ୍ଷ ୪୭ହଜାର ପରୀକ୍ଷାର୍ଥୀ ଦେବେ ପରୀକ୍ଷା, ହଜାରେ କେନ୍ଦ୍ରରେ ଲାଗିଛି ସିସିଟିଭି କ୍ୟାମେରା

Published By : Prameya-News7 Bureau | February 19, 2020 IST

ଭୁବନେଶ୍ବର ୧୯।୨: ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ମୋଟ୍ ୨ ହଜାର ୭୬୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୪୭ ହଜାର ପରୀକ୍ଷାର୍ଥୀ । ସକାଳ ୧୦ଟାରେ ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ ହେବ । ପ୍ରଥମ ଦିନ ରହିଛି ମାତୃଭାଷାରେ ପରୀକ୍ଷା ।

{"id":226145,"sizeSlug":"large"}

ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପରୀକ୍ଷା ପାଇଁ ୨ ହଜାର ୭୬୩ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ ହୋଇଛି। ୩୦୭ଟି ନୋଡାଲ୍‍ କେନ୍ଦ୍ର ହୋଇଥିବା ବେଳେ ଅତି ସମ୍ବେଦନଶୀଳ ଅଞ୍ଚଳରେ ୨୨ଟି ନୋଡାଲ କେନ୍ଦ୍ର ଥାନାରେ କରାଯାଇଛି । ସେଥିମଧ୍ୟରୁ କୋରାପୁଟ ଜିଲ୍ଲାରେ ୫ଟି, କନ୍ଧମାଳ ଜିଲ୍ଲାରେ ୭ଟି ଏବଂ ମାଲକାନଗିରି ଜିଲ୍ଲାରେ ୧୦ଟି କେନ୍ଦ୍ର ରହିଛି।

{"id":226148,"sizeSlug":"large"}

ପରୀକ୍ଷା ପରିଚାଳନାକୁ ସ୍ବଚ୍ଛ କରିବା ପାଇଁ ୧ ହଜାର ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି। ସ୍କ୍ବାର୍ଡ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ପରୀକ୍ଷାର ସୁପରିଚାଳନା ପାଇଁ ବୋର୍ଡ ପକ୍ଷରୁ ୪ ଥାକିଆ ସ୍କ୍ବାର୍ଡ ବ୍ୟବସ୍ଥା କରାଯାଇଛି ।

{"id":226157,"sizeSlug":"large"}

ସେହିପରି ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଏକାସଙ୍ଗେ ଅନୁଷ୍ଠିତ ହେବ । ମାଟ୍ରିକ୍  ପରୀକ୍ଷାକୁ ସମ୍ପୂର୍ଣ୍ଣ କପିମୁକ୍ତ କରିବା ସହ ପ୍ରଶ୍ନପତ୍ର ଲିକ୍ ନହେବା ଉପରେ ଅଧିକ ଫୋକସ୍  କରାଯାଇଛି । କପି ରୋକିବା ପାଇଁ ଅଧ୍ୟାପକମାନଙ୍କୁ ସ୍କ୍ବାର୍ଡରେ ନିୟୋଜିତ କରାଯାଇଛି। ପରୀକ୍ଷା କେନ୍ଦ୍ରରେ ମୋବାଇଲକୁ ନିଷେଧ କରାଯାଇଛି।

{"id":226155,"sizeSlug":"large"}

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫେବୃଆରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହେବ । ମାର୍ଚ୍ଚ ୧୮ ତାରିଖରୁ ଖାତାଦେଖା ଆରମ୍ଭ ହୋଇ ଏପ୍ରିଲ ୧୦ ତାରିଖରେ ଶେଷ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.