Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨୩୯୦ ପଜିଟିଭ୍
  • ||
  • ନିରାଡମ୍ବର ଭାବେ ପାଳିତ ହେଉଛି ଇଦ୍-ଉଲ-ଫିତର, ଇଦଗାହରେ ହେବନାହିଁ ସାମୂହିକ ନମାଜ ପାଠ
  • ||
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ତୁମପାଇଁ ଦିଲ୍ ଦେଇଥିଲି, ଜୀବନ ବି ଦେଇଦେଲି…ସୁସାଇଡ଼ ନୋଟ୍ ଲେଖି ବିଏସି ଛାତ୍ର ଫାଶୀ ଲଗାଇ କଲା ଆତ୍ମହତ୍ୟା

27/01/2019 at 7:51 PM

ଗୋଓ୍ଵଲିୟର ୨୭/୧-  ସହପାଠିନୀର ବାପା ଛାତ୍ରଙ୍କ ଘରେ ପହଂଚି କରିଥିଲା ଗାଳିଗୁଲଜ । ଛାତ୍ରଙ୍କ ବାପା-ମାଆଙ୍କୁ ମଧ୍ୟ କରିଥିଲା ର୍ଦୁବ୍ୟବହାର । ଏହି ଅପମାନ ସହି ନ ପାରି ଛାତ୍ର ଫାଶୀ ଲଗାଇ କଲେ ଆତ୍ମହତ୍ୟା ।

ଏଭଳି ଘଟଣା ଘଟିଛି ଗୋଓ୍ଵାଲିୟର ଏକ ଅଂଚଳରେ ।  ସିଗନାଲ ବସ୍ତିରେ ରହୁଥିବା ଅରୁଣ ଗୌଡ଼ଙ୍କ ପୁଅ ଥିଲା ସଂଜୀବ । ବିଏସିରେ ପାଠ ପଢ଼ୁଥିବା ସଂଜୀବର ସହପାଠୀନି ଥିଲା ଶିଲା । ଶିଲା ସହ ସଂଜୀବର ଥିଲା ପ୍ରେମଂପର୍କ । ଏହି ପ୍ରେମସଂପର୍କକୁ ଶିଲାର ବାପା ସହଜରେ ଗ୍ରହଣ କରି ପାରୁ ନଥିଲେ । ଅନେକଥର ଶିଲା ଓ ସଂଜୀବଙ୍କୁ ମଧ୍ୟ ଏହି ଭଲପାଇବାକୁ ବାରଣ କରୁଥିଲେ ଶୀଲାର ବାପା ।  କିନ୍ତୁ ଶୀଲା ଓ ସଂଜୀବ ମିଳାମିଶା ବନ୍ଦ କରି ନଥିଲେ । ପୂର୍ବପରି ସେମିତି ଥିଲା ଉଭୟଙ୍କ ଭଲପାଇବା ।

ଏହି ଘଟଣାରେ ଶୀଲାର ବାପା ସଂଜୀବଙ୍କ ଘରକୁ ଆସି ସଂଜୀବର ବାପା-ମାଆଙ୍କୁ ଗାଲିଗୁଲଜ କରିଥିଲେ । ଶୀଲାକୁ ଭୁଲିଯିବାକୁ ମଧ୍ୟ ସଂଜୀବକୁ ଧମକାଇଥିଲେ ।

ଏହି ଅପମାନ ସହ୍ୟ ନ କରିପାରି ସଂଜୀବ ନିଜ ଶୋଇବାଘରେ ଫ୍ୟାନରେ ଫାଶୀଦେଇ ଝୁଲି ପଡ଼ିଥିଲେ । ସଂଜୀବର ବାପା-ମାଆ ଘରର କବାଟ ଭାଙ୍ଗି ଦେଖିବା ବେଳକୁ ସଂଜୀବର ମୃତ୍ୟୁ ହୋଇସାରିଥିଲା ।

ପୋଲିସ ସଂଜୀବର ଶୋଇବାଘରୁ ଗୋଟିଏ ସୁସାଇଡ଼ ନୋଟ ଜବତ୍ କରିଥିଲା । ଏହି ସୁସାଇଡ଼ ନୋଟରେ କାହାକୁ ଦାୟୀ କରି ନଥିଲା । କେବଳ ତା ପ୍ରେମିକା ଶୀଲା ଉଦ୍ଦେଶ୍ୟରେ ନିଜର ଅଭିମାନ ଲେଖି ସୁସାଇଡ଼ କରିଥିଲା । ମୁଁ ତୋତେ ଦିଲ୍ ଦେଇଥିଲି…ଜୀବନ ଦେଉଛି…ତୋ ବାପାର ଅପମାନ ସହି ପାରିଲିନି ….ପ୍ରେମପାଇଁ ଏତିକି ତ କରିପାରିବି …ଲେଖି ଫାଶୀ ଦେଇଥିଲା ସଂଜୀବ ।

ପୋଲିସ ସଂଜୀବର ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଦେଇଛି । ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ ।

   Related Posts