ବନାରସ ରେଳ ଷ୍ଟେସନ ନାଁ ପାଇଁ ଜାରି ହେଲା କୋଡ୍, ଜାଣନ୍ତୁ କେଉଁ ନାଁରେ ମିଳିବ ଟ୍ରେନ ଟିକଟ

Published By : Prameya-News7 Bureau | September 19, 2020 IST

ବନାରସ ୧୯/୦୯: ବନାରସରେ ମଣ୍ଡୁବାଡିହ ଷ୍ଟେସନର ନାଁ ‘ବନାରସ’ ହେବା ନେଇ ଅନ୍ତିମ ମୋହର ଲାଗିଛି। ଏହା ସହ ଷ୍ଟେସନର କୋଡ୍ ମଧ୍ୟ ବଦଳିଗଲା। ଏମୟୁଭି ମଣ୍ଡୁବାଡିହ ବଦଳରେ ଏବେ ‘ବିଏସବିଏସ୍’ ବନାରସ କୋଡ ହେବ। ଉତ୍ତର ପୂର୍ବ ରେଳର ବାଣିଜ୍ୟିକ ମହାପ୍ରବନ୍ଧକ କୋଡ ପରିବର୍ତନ କରିବା ନେଇ ପ୍ରସ୍ତାବ ଜାରି କରିଥିଲେ। ତେବେ ଏହାର ନାଁ ବିଏସବିଏସ ହେବା ମାତ୍ରକେ ଉକ୍ତ ନାଁରେ ଟିକେଟ୍ ମିଳିବା ଆରମ୍ଭ ହୋଇଯିବ।

କୁହାଯାଉଛି ସପ୍ତାହକ ମଧ୍ୟରେ ଏହି କୋଡ୍ ପ୍ରଭାବି ହେବ। କେନ୍ଦ୍ର ସରାକାରଙ୍କ ତରଫରୁ ଅଗଷ୍ଟ ୧୭ରେ ଚିଠି ଜାରି କରାଯାଇଥିଲା। ଏହି ଆଧାରରେ ଉତ୍ତର ପ୍ରଦେଶର ରାଜ୍ୟପାଳ ସେପ୍ଟେମ୍ବର ୧୭ରେ ଷ୍ଟେସନ ନାଁ ବଦଳାଇବା ନେଇ ଅଧିସୂଚନା ଜାରି କରିଥିଲେ। ଏବେ ରେଲଓ୍ବେ ବୋର୍ଡ ମଧ୍ୟ ଏହା ଉପରେ ଅନ୍ତିମ ମୋହର ଲଗାଇଛି। ଦୁଇ ଦିନରେ ଏବେ ଷ୍ଟେସନର ନାଁ ପରିବର୍ତନ ହୋଇ ବନାରସ କରିଦିଆଯିବ। ଏହା ସହ କୋଡ ମଧ୍ୟ ଜାରି ହେବ। ଏହି ସିଷ୍ଟମ ଲାଗୁ ହେବା ପରେ ବିଏସଏସ କୋର୍ଡରେ ଯାତ୍ରୀଙ୍କୁ ଟିକେଟ୍ ମିଳିପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.