ଟିଭିଏସ୍‌ ମୋଟର ବଢ଼ାଇଲା BS6 ସ୍କୁଟରର ମୂଲ୍ୟ : ଜାଣନ୍ତୁ ଏହାର ଫିଚର ବିଷୟରେ

Published By : Prameya-News7 Bureau | September 02, 2020 IST

ନୂଆଦିଲ୍ଲୀ ୦୨।୦୯: ଟିଭିଏସ୍‌ ମୋଟର ନିଜର ପ୍ରିମିୟମ ସ୍କୁଟର BS6 NTorq 125ର ଦାମ୍‌ରେ ପରିବର୍ତ୍ତନ କରିଛି । କମ୍ପାନୀ ପକ୍ଷରୁ ଏହି ସ୍କୁଟରର ଦାମ୍‌ ୫୦୦ଟଙ୍କା ବଢାଯାଇଛି । ଯାହାପରେ ଏବେ BS6 NTorq 125ର ଦାମ୍‌ ୬୮,୩୮୫(ଏକ୍ସ-ସୋରୁମ୍‌) ଟଙ୍କା ରହିଛି । ସେହିପରି ଡିସ୍କ ବ୍ରେକ୍‌ ଭାରିଏଣ୍ଟର ଦାମ୍‌ ୭୨,୩୮୫ ଟଙ୍କା ରହିଛି (ଏକ୍ସ-ସୋରୁମ୍‌)।  ଏହା ସହିତ, ରେସ୍ ସଂସ୍କରଣର ମୂଲ୍ୟ ୭୪,୮୬୫ଟଙ୍କା (ଏକ୍ସ-ଶୋ’ରୁମ୍) ହୋଇଯାଇଛି । ଏହି ସ୍କୁଟରର ମୂଲ୍ୟ ବୃଦ୍ଧି ବ୍ୟତୀତ ଅନ୍ୟ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

ଟିଭିଏସ୍‌ ଏନଟାର୍କ ନିଜର ସ୍ପୋର୍ଟ୍ସ ଡିଜାଇନ ବ୍ୟତୀତ ବହୁତ ଆକର୍ଷକ ଫିଚର ପାଇଁ ବେଶ୍‌ ନାମ କରିଛି । ଏଥିରେ ଡିଜିଟାଲ୍‌ ଉପକରଣ କନସୋଲ୍‌ ରହିଛି । ଯାହାକି ସ୍ମାର୍ଟ କନେକ୍ଟ ଫିଚରକୁ ସପୋର୍ଟ କରିଥାଏ , ଅର୍ଥାତ୍ ସ୍କୁଟରକୁ ବ୍ଲୁଟୁଥ୍‌ ଜରିଆରେ ନିଜ ସ୍ମାର୍ଟଫୋନ୍‌ ସହିତ ସଂଯୋଗ କରାଯାଇପାରିବ । ଏହା ସମ୍ପୂର୍ଣ୍ଣ ଭାବେ ନାଭିଗେସନ୍‌ରେ , ଲୋକେସନ, ଆସୁଥିବା-ମିସ୍ କଲ୍ ଆଲର୍ଟ, ଆପଣାଛାଏଁ ଜବାବ, SMS ପରି ଅନେକ ଫିଚର ରହିଛି । ଟିଭିଏସ୍‌ ଏନଟାର୍କରେ ୧୨୪,୭୯ ସିସିର BS6 ରହିଛି । ଯାହାକି ଅତିକମ୍‌ରେ ୯.୪ ବିଏଚ୍‌ପିର ପାଓ୍ୱାର, ୧୦.୫ ନ୍ୟୁଟନ ମିଟରର ଟାର୍କ ଜେନେରଟ କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.