Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଭାରତରେ ଲଞ୍ଚ ହେଲା ସୁଜୁକିର ନୂଆ ବାଇକ୍: ଦାମ୍ ଶୁଣି ଆଜି ହିଁ କିଣିବାକୁ ହେବେ ପାଗଳ

21/03/2020 at 6:18 PM

ନୂଆଦିଲ୍ଲୀ ୨୧/୩: ଜାପାନୀ ଦୁଇ ଚକିଆ ଗାଡ଼ି ନିର୍ମାତା କମ୍ପାନୀ ସୁଜୁକୀ ଭାରତୀୟ ବଜାରରେ ନିଜର ହ୍ବିଲକ୍ ଲାଇନ-ଅପକୁ ଅପଡେଟ୍ କରିବାରେ ଲାଗିଛି। କମ୍ପାନୀ ନିଜର ସୁଜୁକି ଇଣ୍ଟ୍ରୃଡର ବାଇକକୁ ନୂଆ ବିଏସ୍୬ ଇଞ୍ଜିନ ସହ ଅପଡେଟ୍ କରି ଲଞ୍ଚ କରିଛି। ଆକର୍ଷଣୀୟ ଲୁକ୍ ଏବଂ ଦମଦାର ଇଞ୍ଜିନ୍ କ୍ଷମତା ଥିବା ଏହି ବାଇକର ମୂଲ୍ୟ ୧.୨୦ଲକ୍ଷ ରଖାଯାଇଛି। ବିଏସ୪ କବ୍ୟୁରେଟର ମଡେଲ୍ ତୁଳନାରେ ଏହି ନୂଆ ବାଇକର ମୂଲ୍ୟ ପାଖାପାଖି ୨୦,୦୦୦ରୁ ଅଧିକ ରଖା ଯାଇଛି।

ନୂଆ ବିଏସ୍୬ ସୁଜୁକି ଇଣ୍ଟ୍ରୃଡର ବାଇକରେ କମ୍ପାନୀ ନୂଆ ଇଗ୍ନିସନ ସିଷ୍ଟମ୍,ଏକ୍ସଷ୍ଟ ଏବଂ ଇସିୟୁର ପ୍ରୟୋଗ କରାଯାଇଛି। ଏହି ବାଇକରେ କମ୍ପାନୀ ୧୫୫ସି କ୍ଷମତା ଇଞ୍ଜିନ ପ୍ରୟୋଗ କରାଯାଇଛି। ଏହାର ଓଜନ ୧୫୨କିଲୋଗ୍ରାମ୍। ଏହି ବାଇକକୁ ୩ଟି ରଙ୍ଗରେ ବଜାରକୁ ଛଡ଼ାଯାଇଛି। ଏହି ରଙ୍ଗଗୁଡ଼ିକ ହେଉଛି ମେଟାଲିକ ମେଟ୍ ବ୍ଲାକ୍,କ୍ୟାଣ୍ଡି ସେନୋମା ରେଡ ଏବଂ ଗ୍ଲାସ୍ ସ୍ପାର୍କଲ ବ୍ଲାକ୍ ଆଦି।

   Related Posts