ଜୁନ୍ ପ୍ରଥମ ସପ୍ତାହରେ ଲଞ୍ଚ ହେବ BS6 Maruti S-Cross : ଗ୍ରାହକଙ୍କ ମନ ମୁତାବକ ଫିଚର ସହ ଦାମ୍ ବି କମ

Published By : Prameya-News7 Bureau | May 22, 2020 IST

ନୂଆଦିଲ୍ଲୀ ୨୨/୫: ମାରୁତି ସୁଜୁକୀ ନିଜ କ୍ରସ୍ ଓଭର ଏସୟୁଭି S-Crossର ଅପଡେଟେଡ ମଡେଲ୍ ଆଣିବାର ପ୍ରସ୍ତୁତି କରୁଛି। BS6 Maruti S-Cross ନୂଆ ଇଞ୍ଜିନ୍ ସହ ଆସିବ। ବିଏସ୪ ଭର୍ସନରେ ଏହା ଏସୟୁଭି ୧.୩ଲିଟର ଡିଜେଲ୍ ଇଞ୍ଜିନ୍ ସହ ଆସୁଥିଲା,କିନ୍ତୁ ଏବେ ଏଥିରେ BS6 କମ୍ପ୍ଲାଏଣ୍ଟ ୧.୫ଲିଟର ପେଟ୍ରୋଲ୍ ଇଞ୍ଜିନ୍ ମିଳିବ। ଏସୟୁଭିରେ ଡିଜେଲ୍ ଇଞ୍ଜିନକୁ ବନ୍ଦ କରି ଦିଆଯିବ ଅର୍ଥାତ୍ BS6 S-Cross କେବଳ ପେଟ୍ରୋଲ୍ ମଡେଲ୍ ହେବ। ଅପଡେଟେଡ ଏସ୍-କ୍ରସର ଲଞ୍ଚିଂ ଏବଂ ଭାରିଏଣ୍ଟ ସମେତ ଅନେକ ଡିଟେଲ୍ସ ସାମନାକୁ ଆସିଛି।

{"id":274111,"width":572,"height":294,"sizeSlug":"large"}


BS6 Maruti S-Cross ର ଜୁନ୍ ମାସ ଆରମ୍ଭରେ ଲଞ୍ଚ ହେବ। ଡିଲର୍ସ ନିଜ ସ୍ତରରେ ୧୧ହଜାର ଟଙ୍କାରେ ଏହାର ଅଫିସିଆଲ୍ ବୁକିଂ କରୁଛନ୍ତି। ମାରୁତିର ଏହି ଅପଡେଟେଡ ଏସୟୁଭି ୩ଭାରିଏଣ୍ଟ-ଡେଲଟା,ଜେଟା ଏବଂ ଆଲଫାରେ ଆସିବ। ଏହାର ଅର୍ଥ ଏସୟୁଭିର ବେସ୍ ଭାରିଏଣ୍ଟ ସିଗମାକୁ ବନ୍ଦ କରି ଦିଆଯାଇଛି।
BS6 Maruti S-Cross ର ପ୍ରାରମ୍ଭିକ ମୂଲ୍ୟ ପାଖାପାଖି ୯.୯୦ ଲକ୍ଷ ଟଙ୍କା ରହିବାର ଆଶା ରହିଛି,ଯାହା ସିୟାଜ ଡେଲଟା ମ୍ୟାନୁଏଲରୁ ପାଖାପାଖି ୧ଲକ୍ଷ ଟଙ୍କା ବେଶୀ। ଅପଡେଟେଡ ଏସ୍-କ୍ରସର ସମସ୍ତ ୩ଭାରିଏଣ୍ଟ ସହ ମାନ୍ୟୁଏଲ୍ ଏବଂ ଅଟୋମେଟିକ୍ ଟ୍ରାନ୍ସମିଶନର ଅପ୍ସନ ମିଳିବ।

{"id":274113,"width":569,"height":391,"sizeSlug":"large"}


ଅପଡେଟେଡ ମାରୁତି ଏସ-କ୍ରସରେ ୧.୫ଲିଟର K15B ପେଟ୍ରୋଲ୍ ଇଞ୍ଜିନ୍ ମିଳିବ,ଯାହା ସିୟାଜ,ଆର୍ଟିଗା ଏବଂ ଭିଟାରା ବ୍ରେଜାରେ ଦିଆ ଯାଇଛି। ଏହି ଇଞ୍ଜିନ୍ 105PS ପାଓ୍ବାର ଏବଂ 138Nm ଟାର୍କ ଜେନେରେଟ୍ କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.